କାଶୀନଗର ଠାରେ ଭଗବାନ ଧନ୍ବନ୍ତରୀ’ଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଓଡ଼ିଶା’ର ପ୍ରତିଷ୍ଠିତ ଆୟୁର୍ବେଦ ଅନୁଷ୍ଠାନ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ” ପରିସର’ରେ ଆଜି ଆୟୁର୍ବେଦ ଶାସ୍ତ୍ର’ର ପ୍ରଚାରକ ଭଗବାନ ଧନ୍ଵନ୍ତରୀ’ଙ୍କ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷ’ରୁ ମହା ସମାରୋହ’ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସର’ରେ ପାରମ୍ପରିକ ରୀତି ନୀତି ପ୍ରକାରେ ସକାଳ ବେଳା’ରେ ଭଗବାନ ଧନ୍ଵନ୍ତରୀ’ଙ୍କ ପୂଜା ଆରାଧନା , ହୋମଯଜ୍ଞ , ଆଳତି ଓ ଭୋଗରାଗ ପ୍ରଭୃତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ପରେ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପରିସର’ରେ ଫାର୍ମାସୀ ଆନୁକୁଲ୍ୟ’ରେ ଅନୁଷ୍ଠିତ ସାଧାରଣ ସଭା କାର୍ଯ୍ୟକ୍ରମ’ରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ’ର ସଂପାଦକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର’ଙ୍କ ସଭାପତିତ୍ବ’ରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ।ଏହି କାର୍ଯ୍ୟକ୍ରମ’ରେ ମୁଖ୍ୟଅତିଥି ଭାବେ ଗୁରାଣ୍ଡୀ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର’ର ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ’ଙ୍କ ସମେତ ମୁଖ୍ୟବକ୍ତା ଭାବେ ଆୟୁର୍ବେଦିକ ଡାକ୍ତର ରାଧାରାଣୀ ରଥ , କବିରାଜ ବସନ୍ତ କୁମାର ଷଡଙ୍ଗୀ ଏବଂ କବିରାଜ ରାମନାଥ ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଆୟୁର୍ବେଦ ଶାସ୍ତ୍ର ଓ ଔଷଧ’ର ଉତ୍ପତ୍ତି ଓ ତାର ମହତ୍ୱ’ର୍ ବିଭିନ୍ନ ଦିଗ ସମ୍ପର୍କରେ କହି ଆମର ଦୈନନ୍ଦିନ ଜୀବନ’ରେ ଆମେ ଜାଣି ପାରୁ ନ ଥିବା ବିଭିନ୍ନ ଗଛ ଓ ଲତା’ର ପତ୍ର , ଛାଲି ଓ ଚେର ପ୍ରଭୃତି କିଭଳି ଔଷଧ ଭଳି କାମ କରିଥାଏ ଏବଂ ଯେତେ ଜଟିଳ ରୋଗ ହେଲେ ମଧ୍ୟ ଆୟୁର୍ବେଦ ଚିକିତ୍ସା’ରେ ତାହା କିଭଳି ଉପଶମ ହୋଇଥାଏ , ସେ ସମ୍ପର୍କରେ କହିଥିଲେ ।ଅନ୍ୟପକ୍ଷରେ , କେଉଁ ଗଛ’ର ପତ୍ର , ଛାଲି ଓ ଚେର ଖାଇବା ଦ୍ୱାରା କେଉଁ କେଉଁ ରୋଗ’ରୁ ତ୍ଵରିତ ଉପଶମ ମିଳିଥାଏ , ସେ ସମ୍ପର୍କରେ ପୁଙ୍ଖାନପୁଙ୍ଖ ଭାବେ ବୁଝାଇ ଥିଲେ । ତେଣୁ ବିଶେଷ କରି ନିଜର ଖାଦ୍ୟପେୟ ଓ ବ୍ୟବହାର’କୁ ନିୟନ୍ତ୍ରଣ’ରେ ରଖି ପାରିଲେ ତା’ଦ୍ୱାରା କିଭଳି ଆୟୁର୍ବେଦ ଚିକିତ୍ସା ସୁଗମ ଓ ସହଜ ସାଧ୍ୟ ହୋଇ ପାରିଥାଏ , ସେ ସମ୍ପର୍କରେ କହିଥିଲେ ।ଏହି ଅବସର’ରେ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷ’ରୁ ନବରଙ୍ଗପୁର ଜିଲ୍ଲା’ର ବିଶିଷ୍ଟ କବିରାଜ ଶ୍ରୀ ବସନ୍ତ କୁମାର ଷଡ଼ଙ୍ଗୀ’ଙ୍କ ସମେତ କଟକ’ର କବିରାଜ ପ୍ରଶାନ୍ତ କୁମାର ନନ୍ଦ , ଗଞ୍ଜାମ ଜିଲ୍ଲା’ର କବିରାଜ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ’ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ।ଏହି କାର୍ଯ୍ୟକ୍ରମ’ରେ ଆୟୁର୍ବେଦିକ ଡ଼ାକ୍ତର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାତ୍ର ମଞ୍ଚାସିନ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।ଶେଷରେ କାର୍ଯ୍ୟକ୍ରମ’ରେ ଉପସ୍ଥିତ ଥିବା ସମସ୍ତ’ଙ୍କୁ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ’ର ମୁଖ୍ୟ ତଥା ପରିଚାଳକ କବିରାଜ ଶ୍ରୀ ରାମନାଥ ପାତ୍ର , ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମ’କୁ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ’ର ଶ୍ରୀ ନଳିନୀ କାନ୍ତ ପାତ୍ର , ଶ୍ରୀ ରମାକାନ୍ତ ପାତ୍ର , ଡ଼ାଃ ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଅନ୍ୟମାନେ ପରିଚାଳନା ଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ