ସହୀଦ ପ୍ରତାପଙ୍କ ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କଲେ ସମାଜସେବୀ

ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ଥ ବଦତରା ପଞ୍ଚାୟତର ମଲ୍ଲଗ୍ରାମର ପ୍ରତାପ କୁମାର ପରିଡ଼ା ସୀମା ସୁରକ୍ଷା ବାହିନୀର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟରତ ସମୟରେ ଗତ ୩ ତାରିଖ ରେ ସହୀଦ ହୋଇଥିଲେ । ବୀର ଯବାନ ସ୍ବର୍ଗତଃ ପ୍ରତାପ ପରିଡାଙ୍କ ଏକାଦଶାହ ରେ ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି ବିଶିଷ୍ଟ ସମାଜସେବୀ ଜିତୁ ମହାନ୍ତି। ସୂଚନା ମୁତାବକ କିଛିଦିନ ତଳେ ଆର୍ମି ଅଫିସର ସ୍ବର୍ଗତଃ ପ୍ରତାପ ପରିଡା ମେଘାଳୟ ଏବଂ ବାଂଲାଦେଶ ସୀମା ଦୁରା ନିକଟରେ କାର୍ଯ୍ୟରତ ଥିବା ସମୟରେ ତାଙ୍କୁ କିଛି ଦୁର୍ବୁତ୍ତମାନେ ଆକ୍ରମଣ କରିଥିଲେ ।ଯାହାଫଳରେ କି ସେ ଏକ ଖାତରେ ପଡି ମୃତ୍ୟୁବରଣ କରିଥିଲେ। ପ୍ରତାପଙ୍କ ବିୟୋଗରେ ସମଗ୍ର ଅଞ୍ଚଳ ଏକପ୍ରକାର ସ୍ତବ୍ଧ ହୋଇଯିବା ସହ ଶୋକର ଛାୟା ଖେଳିଯାଇଥିଲା। ପରିବାରରେ ପ୍ରତାପଙ୍କ ଧର୍ମପତ୍ନୀଙ୍କ ସମେତ ଦୁଇଟି ପିଲା ଅଛନ୍ତି। ଦୁନିଆଁ ବିଷୟରେ କିଛି ବୁଝିବା ପୂର୍ବରୁ ତାଙ୍କ ସନ୍ତାନ ମାନେ ପିତୃହରା ହୋଇ ପଡିଛନ୍ତି। ବିଶିଷ୍ଟ ସମାଜସେବୀ ଜିତୁ ମହାନ୍ତି ପ୍ରତାପଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି। ସ୍ୱର୍ଗତ ପ୍ରତାପଙ୍କ ଏକାଦଶାହ ଅବସରରେ ଜିତୁ ଶହୀଦଙ୍କ ଜନ୍ମସ୍ଥାନ ରେ ପହଞ୍ଚି ତାଙ୍କ ପରିବାର ସହ କିଛି ସମୟ ବିତାଇଥିଲେ।ପ୍ରତାପ ଙ୍କ ଝିଅର ଉଚ୍ଚଶିକ୍ଷା ନିମନ୍ତେ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ସହ ପୁଅର ସମସ୍ତ ପାଠପଢାର ଦାୟିତ୍ୱ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଅନେକ ରାଜନୈତିକ ଦଳର ନାମକରା ନେତା ଓ ନେତ୍ରୀ ମାନେ ନାମକୁମାତ୍ର ସେଠାରେ ପହଞ୍ଚି ଲୋକ ଦେଖାଣିଆ କୁମ୍ଭୀର କାନ୍ଦଣା ଦେଖାଇ ହେଉଥିବା ବେଳେ ଜିତୁଙ୍କର ଏହି ମହାନତା ପାଇଁ ନିର୍ବାଚନ ମଣ୍ଡଳୀର ସବୁଆଡୁ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ