ଗଞ୍ଜାମ ଜିଲ୍ଲା ପାଇକାଳି ଖଣ୍ଡାୟତ ସମାଜର ଓ. ବି. ସି. କମିଟି ବୈଠକ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପାଇକାଳି ଖଣ୍ଡାୟତ ସମାଜର ଓ ବି. ସି. କମିଟି ବୈଠକ ଅଧକ୍ଷ୍ୟ ଶ୍ରୀ ସୋମନାଥ ନାୟକ ସଭାପତିତ୍ବ ରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।କମିଟି ସଭ୍ୟ ସର୍ବଶ୍ରୀ ନଗେନ୍ଦ୍ର ନାୟକ, ଡାକ୍ତର ମାଗି ନାୟକ, ବରୁଣ କୁମାର ବେହେରା, ସନ୍ତୋଷ କୁମାର ବେହେରା, ଦିବାକର ନାୟକ ଓ ବୃନ୍ଦାବନ ବେହେରା ଯୋଗଦାନଦେଇ ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଗଞ୍ଜାମ ର ଏଗାର ଟି ଚାଷୀ ଜାତି ଭିତରୁ ଖଣ୍ଡାୟତ ଓ ଦଳପତି ସମାଜ କୁ ଛାଡି ଓ ବି ସି ତାଲିକା ଭୁକ୍ତ ହୋଇ ସାରିଲେଣି ।ତେଣୁ ଏଇ ଦୁଇ ଜାତିକୁ ତୁରନ୍ତ ଓ. ବି ସି ଭୁକ୍ତ କରିବା ପାଇଁ ବର୍ଷାଧିକ କାଳ ହେଲା ଆବେଦନ ହୋଇଥିଲେ ମଧ୍ୟ ଏ ଯାବତ ଓ ବି. ସି ମାନ୍ୟତା ନଦେବା କ୍ଷୋଭ ର ବିଷୟ ବୋଲି ମତ ପ୍ରକାଶ ପାଇଥିଲା ।କମିଟି ତୁରନ୍ତ ଜିଲ୍ଲାପାଳ ଙ୍କୁ ଦେଖା କରି ଏ ବିଷୟରେ ଆଲୋଚନା କରିବା ପାଇଁ ନିଷ୍ପତି ହୋଇଛି ।ପରବର୍ତ୍ତୀ ଅବସ୍ଥାରେ ଓ ବି. ସି କମିଶନ ଙ୍କୁ ଭୁବନେଶ୍ୱର ରେ ଦେଖା କରି ଏ ଦିଗରେ ପଦକ୍ଷେପ ନେବାପାଇଁ ମଧ୍ୟ ନିର୍ଧାରଣ ଗୃହୀତ ହୋଇଛି ।ବୈଠକ ଶେଷରେ ଅଧକ୍ଷ୍ୟ ଙ୍କୁ ଧନ୍ୟବାଦ ଦେଇ ବୈଠକ ଶେଷ ହୋଇଥିଲା।