ଆବାସ ଯୋଜନା ଟଙ୍କା ଉତ୍ତରପ୍ରଦେଶ ଗଲା, ୪ମାସ ହେଲା ବ୍ଲକ ଦଉଡୁଛନ୍ତି ହିତାଧିକାରୀ

ହାଟଡିହିି, (ବିକାଶ ବିଶ୍ୱାଳ ) : ଆବାସ ଯୋଜନାରେ ଘର ଖଣ୍ଡିଏ କରିବାପାଇଁ ହିତାଧିକାରୀ ଜଣକ କେତେ କଣ ଭାବିଥିଲେ । ବ୍ଲକରୁ ଟଙ୍କା ମିଳିବ, ସେଥିରେ ଘର କରି ପରିବାର ସହିତ ଖୁସିରେ ରହିବେ । କିନ୍ତୁ ତାହା ହେଲାନି, ବ୍ଲକ କର୍ତ୍ତୁପକ୍ଷ ଯୋଗାଇ ଦେଇଥିବା ଟଙ୍କା ଉତ୍ତରପ୍ରଦେଶର ଜଣେ ହିତାଧିକାରୀଙ୍କ ଏକାଉଣ୍ଟକୁ ପଳାଇଥିବା ବେଳେ ବିଚରା ହିତାଧିକାରୀ ଜଣକ ୪ମାସ ହେଲା ବ୍ଲକକୁ ଦୌଡୁଛନ୍ତି, ହେଲେ କେହି ତାଙ୍କ କଥା ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସମଣା ପଞ୍ଚାୟତ ଗିରିଗାଁ ଗ୍ରାମର ହିତାଧିକାରୀ ରୀନା ଯେନାଙ୍କ ସ୍ୱାମେୀ ଭାବଗ୍ରାହୀ ଯେନା । ତାଙ୍କ ଅଭିଯୋଗ ଅନୁଯାଇ ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାବେଳେ ପର ଘରେ କାମକଲେ ପରିବାର ଚଳେ । ଏପରି ଅବସ୍ଥାରେ ସେ ଏକ ଭଙ୍ଗା ଚାଳଘରେ ବାସ କରିଆସୁଛନ୍ତି । ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଳିତବର୍ଷ ଘର ଖଣ୍ଡିଏ ଯୋଗାଇ ଦିଆଗଲା । ଗତ ଜୁନମାସ ୩୦ତାରିଖରେ ତାଙ୍କ ଏକାଉଣ୍ଟକୁ ୪୦ହଜାର ଟଙ୍କା ଛଡାଗଲା । ସେ ବ୍ଲକରେ ତାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ବଞ୍ଚୋ ଶାଖାର ଜମାବହି ନମ୍ବର ୫୪୨୫୧୮୨୧୦୦୦୧୩୬୬ ଓ ଏହାର ନକଲ ମଧ୍ୟ ଦେଇଥିଲେ । କିନ୍ତୁ ତାଙ୍କ ଏକାଉଣ୍ଟକୁ ଟଙ୍କା ନଆସିବାରୁ ସେ ବ୍ଲକକୁ ଆସି ବୁଝିବାରୁ ତାଙ୍କ ଆଧାର ନମ୍ବରରେ ଟଙ୍କା ଯାଇଛି ବୋଲି ବ୍ଲକ କର୍ତ୍ତୁପକ୍ଷ କହିଥିଲେ । ପରେ ସେ ଅନେକ ଖୋଜ ଖବର ନେବାପରେ ଇଣ୍ଡୋସେଣ୍ଟ ବ୍ୟାଙ୍କକୁ ଯାଇଛି ଓ ତାହା ପୁଣି ତାଙ୍କ ଏକାଉଣ୍ଟବଦଳରେ ଉତ୍ତରପ୍ରଦେଶର ଦୀପେନ୍ଦ୍ର ସିଂଙ୍କ ଏକାଉଣ୍ଟକୁ ଯାଇଥିବା ଜାଣିବାପରେ ସେ ତୁରନ୍ତ ବ୍ଲକ କର୍ତ୍ତୁପକ୍ଷଙ୍କୁ ଜଣାଇବା ସହିତ କିପରି ତାଙ୍କ ଟଙ୍କା ଫେରିପାଇବେ ସେନେଇ ଅନୁରୋଧ କରିଥିଲେ । ସେ ୪ମାସ ହେଲା ବ୍ଲକକୁ ଦୌଡୁଥିବାବେଳେ ବ୍ଲକ କର୍ତ୍ତୁପକ୍ଷ ଚିଠି କରିଛୁ ବୋଲି ବାରମ୍ବାର କହୁଛନ୍ତି । ଟଙ୍କା ଫେରସ୍ତ ଆଣିବାର କୌଣସି ବ୍ୟବସ୍ଥା କରୁନାହାନ୍ତି ବୋଲି କହିଛନ୍ତି । ଏବେବି ସେହି ୪୦ହଜାର ଟଙ୍କା ଦିପେନ୍ଦ୍ର ସିଂଙ୍କ ଏକାଉଣ୍ଟରେ ଗଚ୍ଛିତ ଅଛି । ବ୍ଲକ କର୍ତ୍ତୁପକ୍ଷ କହିଛନ୍ତି ଯେ ଆମର ଏଥିରେ କୌଣସି ଭୁମିକା ନାହିଁ । ସେ ଯେଉଁ ଆଧାରକାର୍ଡ ଦେଇଥିଲେ ସେହି ଆଧାର ବେସରେ ହିଁ ଟଙ୍କା ଛଡାଗଲା । ତେଣୁ ସେମାନେ କଣ କରି ପାରିବେ ବୋଲି ବ୍ଲକ କର୍ତ୍ତୁପକ୍ଷ କହିଛନ୍ତି । ହିତାଧିକାରୀ ରୀନାଯେନାଙ୍କ ସ୍ୱାମୀ ଭାବଗ୍ରାହୀଙ୍କ କହିବାକଥା ଯେ ତାଙ୍କ ପତ୍ନୀ ଏକ ଗ୍ରୁପ ମାଧ୍ୟମରେ ଋଣ ଆଣିବାକୁ ତାଙ୍କର ଆଧାରକାର୍ଡ ସହିତ ଅନ୍ୟ କାଗଜପତ୍ର ଗ୍ରୁପ ବାଲାଙ୍କୁ ଦେଇଥିବାବେଳେ ସେ ଇଣ୍ଡୋସେଣ୍ଟ ବ୍ୟାଙ୍କ ଧାମରା ଶାଖାରେ ଏକ ଏକାଉଣ୍ଟ ଖୋଲାଇଥିଲେ । କିନ୍ତୁ ସେ ଏକାଉଣ୍ଟରେ ନଯାଇ ଅନ୍ୟ ଏକାଉଣ୍ଟକୁ ଟଙ୍କା ଗଲା କିପରି ବୋଲି ଭାବଗ୍ରାହୀ ପ୍ରଶ୍ନ କରିଛନ୍ତି । ପ୍ରଶାସନ ଏନେଇ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ