ଶ୍ରୀମନ୍ଦିର ଚାରି ଦ୍ୱାର, ରତ୍ନ ଭଣ୍ଡାର ଖୋଲାଯିବା ନିମନ୍ତେ ସଂକୀର୍ତନ ମଣ୍ଡଳୀ ସତ୍ୟା ଗ୍ରହ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିର ର ଚାରିଦ୍ୱାର ଖୋଲାଯିବା ଓ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ର ଗଣତି ଏବଂ ଭଣ୍ଡାର ଘରର ମରାମତିକରାଯିବା ସହିତ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଚାଷୀ ଙ୍କ ଚାଷ ଜମି କୁ ତୁରନ୍ତ ଫେରସ୍ତ ଦାବିନେଇ ଆଜି ଓଡିଶା ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ ରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲାଡ଼ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖ ସଂକୀର୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଆୟୁଜିତ କରାଯାଇଥିଲା l ଏଥିରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ଯୁବ ନେତା ପ୍ରଶାନ୍ତ କୁମାର ବିଶୋଇଙ୍କ ସହ ବହୁ ସ୍ଥାନୀୟ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ l