ସ୍ୱତନ୍ତ୍ର ଗ୍ରାମସଭା ରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ପାଞ୍ଚଟି ପୁରାତନ ଗାଁ କୁ ରାଜସ୍ବ ଗ୍ରାମରେ ପରିବର୍ତ୍ତନ କରିବା ସହ ଆସନ୍ତା ୧୬-୧୧-୦୨୩ ରେ ହେବାକୁ ଥିବା ସ୍ବତନ୍ତ୍ର ଗ୍ରାମ ସଭାର ବାଦ ପଡିଥିବା ତିନୋଟି ଗାଁ ଯଥା,କେ.ବାଲିପାଳ,ସରମୁଣ୍ଡି,ମୟୂରନଚା ଗ୍ରାମକୁ ଗ୍ରାମ ସଭାରେ ସାମିଲ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ଯେ କେ ବାଲିପାଳ ପଞ୍ଚାୟତର ସିଆଡିମାଳିଆ (ଆର ଏଫ), ରାଇଘାଟି, ଭଅଁରା, ମଲିପସି, ସୁଜୁନାପାଳ, . କେ ବାଲିପାଳ, ସରମୁଣ୍ଡି, ମୟୂରନଚା ଆଦି ଗ୍ରାମ ଗୁଡିକ ବିସ୍ଥାପିତ ହୋଇ ଜଙ୍ଗଲ ଭିତରେ ବସବାସ କରି ଆସୁଛନ୍ତି। ଏହି ଗ୍ରାମ ମଧ୍ୟରୁ ସିଆଡିମାଳିଆ (ଆର ଏଫ), ରାଇଘାଟି, ଭଅଁରା, ମଲିପସି, ସୁଜୁନାପାଳକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ଆସନ୍ତା୧୬ତାରିଖ ରେ ସ୍ୱତନ୍ତ୍ର ଗ୍ରାମସଭା କରିବା ପାଇଁ ନୋଟିସ ଜାରି ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭାବେ କେ.ବାଲିପାଳ, ସରମୁଣ୍ଡି, ମୟୂରନଚା ଭଳି ତିନୋଟି ଗ୍ରାମକୁ ବାଦ ଦିଆ ଯାଇଛି। ତେଣୁ ଏହି ତିନୋଟି ଗ୍ରାମକୁ ଏହି ସ୍ୱତନ୍ତ୍ର ଗ୍ରାମସଭା ରେ ସାମିଲ କରିବାକୁ ଗ୍ରାମବାସୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ଆଜି ଗ୍ରାମର ବୁଦ୍ଧିରାମ ପୂର୍ତ୍ତୀ, ରାଉତ ହୋ,ରାମାଏ ପୂର୍ତ୍ତୀ, ଯଦୁନାଥ ହେମ୍ବ୍ରମ୍ ପ୍ରମୁଖ ଯୁବକ ମାନେ ଏନେଇ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପଞ୍ଜିକରଣ କରିଛନ୍ତି ।ମୁଖ୍ୟମନ୍ତ୍ରୀ ସେମାନଙ୍କ ଅଭିଯୋଗ ଶୁଣି ପଦକ୍ଷେପ ନେବେ ବୋଲି ଗ୍ରାମବାସୀ ମାନେ ଆଶାବାଦୀ ଅଛନ୍ତି