ହାଟଡିହି ବ୍ଲକ କାର୍ଯ୍ୟାଳୟରେ ନିଯୁକ୍ତି ପରାମର୍ଶ ମେଳା

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡ଼ିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା ଅନୁଷ୍ଠିତ ହୋଇଛି। ହାଟଡ଼ିହି ବ୍ଲକର ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଏହାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ବହୁ ମୂଲ୍ୟ ପରାମର୍ଶ ଦେଇଥିଲେ। ନିଯୁକ୍ତି ମେଳା ମାଧ୍ୟମରେ କିପରି ଯୁବକ ଯୁବତୀ ମାନେ କର୍ମସଂସ୍ଥାନ ପାଇ ପାରିଛନ୍ତି ତାହା ଉପରେ ଦିଗଦର୍ଶନ ଦେଇଥିଲେ। ବି.ଏଲ.ସି (ଓ.ଏଲ.ଏମ ) ସ୍ୱର୍ଣ୍ଣରାଣୀ ପୃଷ୍ଟି ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ମେଳା ରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦୁଝର କର୍ମ ନିୟୋଜନ ଅଫିସ ରୁ ଵିଶାଲ ଜୟସ୍ୱାଲ, ବାଁଶପାଳ ଆଇ. ଟି. ଆଇ ର ଶୁଭ ପ୍ରସାଦ ମହାପାତ୍ର ଯୋଗଦେଇ ଆତ୍ମ ନିଯୁକ୍ତି ପରାମର୍ଶ ମେଳା ର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏଥିରେ ୱାଜିର ସ୍କିଲସ, ସୁଜାତା ୱ୍ୱେଲଫେୟାର ଟ୍ରଷ୍ଟ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଆନନ୍ଦପୁର, ଶାହି ଭଳି ଅନେକ ଟ୍ରେଡ଼ ର କର୍ମକର୍ତା ମାନେ ଯୋଗଦେଇ ସେମାନଙ୍କ ଟ୍ରେଡ଼ ସମ୍ପର୍କରେ ବେକାର ଯୁବକ ଯୁବତୀ ମାନଙ୍କୁ ବୁଝାଇ ଥିଲେ। ଏହି ମେଳା ରେ ବିଭିନ୍ନ ପଞ୍ଚାୟତ ରୁ ୧୮୦ଜଣ ବେକାର ଯୁବକ ଯୁବତୀ ଯୋଗଦେଇଥିଲେ। ବ୍ଲକ କର୍ମଚାରୀ ସୁଦର୍ଶନ ଘଡେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ