ଝଲସିଲା ସ୍ୱାଗତ ତୋରଣ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସହରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ପରିମଳ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଥିବା ଖୋଲା ସ୍ଥାନର ଉନ୍ନତି କରଣ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷିରେ ଆଜି ଭଞ୍ଜନଗର ଏନ୍ଏସି ପକ୍ଷରୁ ସହରକୁ ପ୍ରବେଶ କରୁଥିବା ୩ଟି ପ୍ରବେଶ ପଥରେ ସହରକୁ ଆସୁଥିବା ଲୋକଙ୍କୁ ସ୍ବାଗତ ଜଣାଇବା ପାଇଁ ଆଲୋକ ବ୍ୟବସ୍ଥା ଥିବା ତିନୋଟି ତୋରଣର ଶୁଭାରମ୍ଭ କରାଯାଇଛି। ଆସନ୍ତା ଦୀପାବଳୀକୁ ଦୃଷ୍ଟିରେ ରଖି ସହରକୁ ଆଲୋକମୟ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ ସମସ୍ତ କାଉନ୍ସିଲର ଉପସ୍ଥିତ ରହିଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ବାରା ସହରର ସୌନ୍ଧର୍ଯ୍ୟ କରଣରେ ଆଉ ଏକ ଫର୍ଦ ଯୋଡି ହୋଇଥିବା ସାଧାରଣରେ ମତ ପ୍ରକାଶ ପାଇଛି।