କେ ଏସ୍ ୟୁ ବି କଲେଜ ଇଁରାଜୀ ବିଭାଗର ପାଠଚକ୍ର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଁରାଜୀ ବିଭାଗ ପକ୍ଷରୁ ଆଜି ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ସାତ୍ୟକି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। ପ୍ରଶାସନିକ ଅଧିକାରୀଣି ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ, ବିଭାଗୀୟ ମୁଖ୍ଯ ପ୍ରାଧ୍ୟାପକ ବିଭାସ ଦାସ, ଅଧ୍ୟାପକ ସନାତନ ବେହେରା, ଡଃ ସୁନାମ ପାତ୍ର, ହରମୋହନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମ ସଂଦର୍ଭଟିକୁ ଛାତ୍ର ସଞ୍ଜୟ ଜାନି ପଠନ କରିଥିବା ବେଳେ ତାଙ୍କୁ ବିଭାଗୀୟ ଅଧ୍ୟାପକ ସନାତନ ବେହେରା ସହଯୋଗ କରିଥିଲେ। ସେହିଭଳି ଦ୍ଵିତୀୟ ସଂଦର୍ଭଟିକୁ ଛାତ୍ରୀ ଆଶାଲତା ସ୍ୱାଇଁ ପଠନ କରିଥିଲେ। ତାଙ୍କୁ ପ୍ରାଧ୍ୟାପକ ବିଭାସ ଦାସ ସହଯୋଗ କରିଥିଲେ। ଅଧ୍ୟାପକ ହରମୋହନ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।