ରାସ୍ତା କାମ କୁ ବିରୋଧ କରି ଲାଗିଥିଲା ମାଓ ପୋଷ୍ଟର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଦୀର୍ଘ ୧୦ ବର୍ଷ ପରେ ମାଓବାଦୀ ନିଜର ସ୍ଥିତି ଜାହିର କରିବା ପାଇଁ ଗଂଜାମ – କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦର ଉଲିଙ୍ଗିଆ ନିକଟରେ ତିନି ଦିନ ହେବ ମାଓ ପୋଷ୍ଟର ଲାଗିଇ ଥିବା ଦେଖିବାକୁ ମିଳିଛି। ଦୀପାବଳି ଦିନ ଉଲିଙ୍ଗିଆ ଗ୍ରାମର କିଛି ଲୋକ ଦୁର୍ଗା ପ୍ରସାଦ ବଜାର କୁ କିଣା କିଣି କରିବାକୁ ଆସୁଥିଲେ । ରାସ୍ତା କଡରେ ଲାଲ କପଡାର ସିପିଆଇ ମାଓବାଦୀ ଙ୍କ ପୋଷ୍ଟର ଲାଗିଥିବା ଦେଖି ଭୟଭୀତ ହୋଇ ଫେରୀ ଯାଇଥିଲେ। କିଛି ସମୟ ପରେ ମାଓ ପୋଷ୍ଟର ଖବର ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲା। ଥାନାଧିକାରୀ ଭଗବାନ ପୂଜାରୀ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ମାଓ ପୋଷ୍ଟର କୁ ବାହାର କରି ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ଏହା କୌଣସି ଖଳ ପ୍ରକୃତି ବ୍ୟକ୍ତି ଙ୍କ କାମ ବୋଲି କହିବା ସହ ନିର୍ଭୟ ରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଅପରପକ୍ଷେ ମାଓ ପୋଷ୍ଟର ମାଧ୍ୟମରେ ଉଲିଙ୍ଗିଆ ରାସ୍ତା କାମ ପୂର୍ବରୁ ଆମ ସହ ଯୋଗାଯୋଗ କରିବା ପାଇଁ ଲେଖା ଥିବା ସହ ପୋଲିସକୁ ଖବର ଦେଲେ ମୁଣ୍ଡ ଗଢ଼ିବ ବୋଲି ଉଲ୍ଲେଖ ରହିଛି। ଘଟଣା ର ପ୍ରକୃତ କଣ ନ ଜାଣିବା ପର୍ଯ୍ୟନ୍ତ ଅଞ୍ଚଳର ଜନସାଧାରଣ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ