ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଅଷ୍ଟାଦଶ ଜିଲ୍ଲା ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା) : ସରକାରୀ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଅଷ୍ଟାଦଶ ବାର୍ଷିକ ସମ୍ମିଳନୀ ଆସନ୍ତା ଡିସେମ୍ବର ୧୬ ତାରିଖ ଦିନ ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ । ଜିଲ୍ଲା କିଟିର ବୈଠକ ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତିବର୍ଷଭଳି ଚଳିତବର୍ଷର ମୁଖପତ୍ର ଆସନ୍ତା ସମ୍ମିଳନୀ ଅବସରରେ ପ୍ରକାଶିତ ହେବ । ସମ୍ମିଳନୀର ଅଧିବେଶନରେ ଫକୀରମୋହନ ମେଡିକାଲ୍ କଲେଜ୍ ଓ ହସପିଟାଲରେ ହୃଦରୋଗ, ସ୍ନାୟୁରୋଗ ଓ ମୁତ୍ରାଶୟ ଜନିତ ପ୍ରଭୃତି ଗୁରୁତର ରୋଗର ବିଭାଗ ଖୋଲିବା, ମେଡିକାଲ୍ କଲେଜ୍ ସଂଲଗ୍ନ ନିର୍ମାଣାଧୀନ ହସ୍‌ପିଟାଲର ର୍ନିମାଣକାର୍ଯ୍ୟ ଓ ଜାତୀୟ ରାଜପଥରୁ ସଂଯୁକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା, ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ସମସ୍ତ ବିଭାଗର ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ମଞ୍ଜୁରୀପ୍ରାପ୍ତ ଆୟୁଷ ଡାକ୍ତରଖାନା ଓ ନର୍ସିଂ କଲେଜ୍ ନିର୍ମାଣ କାର୍ଯ୍ୟାରମ୍ଭ କରିବା, ନିର୍ମାଣାଧିନ ହସପିଟାଲ ନିକଟରେ ରୋଗୀମାନଙ୍କ ସହାୟକଙ୍କ ଆଶ୍ରୟସ୍ଥଳୀ ପାଇଁ ସ୍ଥାନ ନିରୂପଣ କରିବା ହସିତ ବାଲେଶ୍ୱରରେ ଏମସ୍ ସେଟେଲାଇଟ୍ ସେଣ୍ଟରକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପ୍ରଭୃତି ସମସ୍ୟା ସମାଧାନ ପାଇଁ କାର୍ଯ୍ୟକ୍ରମ ସଂପର୍କରେ ନିଷ୍ପତ୍ତି ନିଆଯିବାର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ସ୍ୱାସ୍ଥ୍ୟସେବାରେ ପରାକାଷ୍ଠା ପ୍ରଦାନ କରିଥିବା ପ୍ରତ୍ୟେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମିଳନୀ ଅବସରରେ ସମ୍ମାନୀତ କରାଯିବ । ସମ୍ମିଳନୀର ସାଧାରଣ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ସମ୍ମିଳନୀର ସଫଳତା ପାଇଁ ନଅଟି ସବ୍‌କମିଟି ଗଠନ କରାଯାଇଛି । ବିଭିନ୍ନ ଶାଖା କମିଟି ଓ ବ୍ଲକ୍ କମିଟି ସମେତ ୩ଟି ଅଞ୍ଚଳ କମିଟିର ବୈଠକ ଡିସେମ୍ବର ୧୦ ତାରିଖ ସୁଦ୍ଧା ଶେଷ କରିବାକୁ କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରାଯାଇଛି ।ବୈଠକ ଆରମ୍ଭରେ କ୍ରିୟାନୁଷ୍ଠାନ କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ପ୍ରଦୀପ ରାଉତ ଓ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରିୟ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା । ସାଧାରଣ ସଂପାଦକ ପ୍ରଦୀପ ଦାସ ସମ୍ମିଳନୀ ପାଇଁ ବିଶଦ କାର୍ଯ୍ୟସୂଚୀ ଆଗତ କରିବା ସହ ବିଭିନ୍ନ ବ୍ଲକ୍ ସ୍ତରରେ ଜିଲ୍ଲାପାଳଙ୍କ ପକ୍ଷରୁ ହେଉଥିବା ଜନଶୁଣାଣୀରେ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାମାନେ ସ୍ୱାସ୍ଥ୍ୟସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ଦେଇଥିଲେ । ଶ୍ରୀମତୀ ସରସ୍ୱତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ