ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶିଶୁ ଦିବସ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସରସ୍ବତୀ ଶିଶୁ ମନ୍ଦିର (ଶ୍ରୀଧାମ) ପରିସରରେ ମଙ୍ଗଳବାର ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି।ଦିଗପହଣ୍ଡି କୋର୍ଟ ର ମାଜିଷ୍ଟ୍ରେଟ ତଥା ଆଇନସେବା କମିଟି ଅଧ୍ୟକ୍ଷା  ପ୍ରିୟଦର୍ଶିନୀ ତ୍ରିପାଠୀ ଏଥିରେ ଅଧ୍ଯକ୍ଷତା କରି ପଣ୍ଡିତ ନେହେରୁଙ୍କ ତ୍ଯାଗ ଓ ଆଦର୍ଶ ଉପରେ ଆଲୋକପାତ କରିବା ସହ ଶିଶୁମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷା ଯୋଗାଇଦେବା କ୍ଷେତ୍ରରେ ସମସ୍ତଙ୍କ ଦାୟିତ୍ୱ ଉପରେ ସଚେତନ କରାଇଥିଲେ।କାର୍ଯ୍ୟକ୍ରମରେ ଆଇନ ସେବା  କମିଟି ସଦସ୍ୟ ଏ. ସୋମେଶ୍ବର ରାଓ, ଖେମୁଣ୍ଡି ଓକିଲ ସଂଘର ପ୍ରାକ୍ତନ ସମ୍ପାଦକ ହରପ୍ରସାଦ ରଥ, ଆଇନଜୀବି କୃଷ୍ଣଚନ୍ଦ୍ର ଦାଶ, କୋର୍ଟ କର୍ମଚାରୀ ଅଶ୍ବିନୀ କୁମାର ପଟ୍ଟନାୟକ, ସଶ୍ମିତା ମହାରଣା, ସଂଗ୍ରାମ କେଶରୀ ପଣ୍ଡା, ପି.ପୂର୍ଣ୍ଣଚନ୍ଦ୍ର ପାତ୍ର, ଶିଶୁ ମନ୍ଦିର ପ୍ରାଧାନଚାର୍ଯ୍ୟା  ସୁଚିତ୍ରା ପ୍ରଧାନ ଉପସ୍ଥିତ ଥିଲେ।ଶିଶୁ ମନ୍ଦିରର ଅନ୍ୟ ଆଚାର୍ଯ୍ୟା ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ