ସାଇବର ଅପରାଧ ଓ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ
ବ୍ରହ୍ମପୁର, (ଅନିଲ କୁମାର):ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପକ୍ଷରୁ ଶିଶୁଦିବସ ପାଳନ ଅବ୍ୟବହିତ ପୂର୍ବରୁ ସାଇବର ଅପରାଧ ଓ ସୁରକ୍ଷା ଉପରେ ଏମ. ଏ. ବି. ବିଦ୍ୟାଳୟରେ ଛାତ୍ରୀମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ହିଲ ପାଟନା ସ୍ଥିତ ଏମ.ଏ.ବି. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ଵାରିକାନାଥ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଳବର ସମ୍ପାଦକ ଏମ. ବିଦ୍ୟସାଗର ସମ୍ୟକ ସୂଚନା ଦେଇ ମୁଖ୍ୟ ବକ୍ତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ସଂଚାର ବିଭାଗର ସହକାରୀ ଅଧ୍ୟାପିକା ଡ଼ା.ବନିତା କୁମାରୀ ପଣ୍ଡାଙ୍କ ପରିଚୟ ପ୍ରଦାନ କରିଥିଲେ । ଉପସଭାପତି ଜମ୍ମୁଲା ସୁରେଶ କ୍ଳବର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଶିଶୁଦିବସର ଅବ୍ୟବହିତ ପିର୍ବରୁ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ଜ୍ଞାନର ଅଭ୍ୟୁଦୟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଇଥାଏ ବୋଲି ସୁଚାଇଥିଲେ।ଡ଼ା. ବନିତା କୁମାରୀ ପଣ୍ଡା ଇଣ୍ଟରନେଟରେ କିପରି ବଦମାସି କରାଯାଏ ତାହାର ପୁଙ୍ଖାନୁପୁଙ୍ଖ ପାୱାର ପୋଇଣ୍ଟ ମାଧ୍ୟମରେ ଜଣାଇଥିଲେ। ସମାଜର ୮୦% କିଶୋର, ଛାତ୍ର, ଛାତ୍ରୀ ସେଲ ଫୋନ ବ୍ୟବହାର କରୁଥିବା କହିଥିଲେ। ଟ୍ୱିଟର ମାଧ୍ୟମରେ ୨୩.୮%, ଫେସ୍ ବୁକ ମାଧ୍ୟମରେ, ୯୨.୬% ଭାଗ ଠକେଇର ଶିକାର ହେଉଥିବା ଜଣାଇଥିଲେ। ବିଭିନ୍ନ ସାଇବର ଅପରାଧରୁ ରକ୍ଷା ପାଇବାପାଇଁ ବଳିଷ୍ଠ ପାସୱାର୍ଡ, ଇମେଇଲ ପାସ ୱାର୍ଡ ହେବା ଉଚିତ। ଓ କୌଣସି ଅପରାଧ ଜାଣିଲେ ତାହାକୁ ସଞ୍ଚୟ କରିବାକୁ ପଡିବ ଓ ସାଇବର ଥାନାକୁ ଜଣାଇବାକୁ ପଡିବ ବୋଲି କହିଥିଲେ । ସାଇବର ସୁରକ୍ଷାପାଇଁ ଫୋନ କିମ୍ବା କମ୍ପୁଟରରେ ଅନାବଶ୍ୟକ ଚାଟିଙ୍ଗ କରିବା ଓ ଖେଳ ଗେମିଂଙ୍ଗ ଛାତ୍ରୀମାନେ ବନ୍ଦକରିବାକୁ ପଡିବ ବୋଲି ଜଣାଇଥିଲେ।ଏହାର ଆୟୋଜନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଇ.ଲଷ୍ମୀ କାନ୍ତ ସୁଚାରୁରୂପେ ପରିଚାଳନା କରିଥିଲେ। କ୍ଳବର ମନୋଜ କୁମାର ପାଢୀ ଇ.ଟି.ରାଓ,ଏ.ଏସ.ଏନ.ଗୁପ୍ତା, ପି.କିରଣ କୁମାର, ସତ୍ୟକାମ ପାତ୍ର, ସହଯୋଗ କରିଥିଲେ। ପରିଶେଷରେ କେ.ନନ୍ଦେଷୁ ସେନାପତି କ୍ଳବ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।