ଏରିଏର ପ୍ରଦାନ ପାଇଁ ନିବେଦନ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବଙ୍କ ନିର୍ଦ୍ଦେଶ କ୍ରମେ ଡିସେମ୍ବର ପହିଲା ୨୦୦୯ ରୁ ୩୧ ମାର୍ଚ୍ଚ ୨୦୧୨ ସମୟ ସୀମା ଭିତରେ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା-ସହାୟିକାମାନଙ୍କୁ ୨୪ ମାସର ଏରିଏର ପ୍ରଦାନ କରା ଯାଇଛି . ମାସିକ ୪୦୦ ଟଙ୍କା ହାରରେ ମୋଟ ୯୬୦୦ ଟଙ୍କା ସେମାନେ ପାଇଥିବା ବେଳେ କାଶୀନଗର ବ୍ଲକ୍ ଓ ଏନ୍ ଏ ସିରେ ଉକ୍ତ ସମୟ ସୀମା ଭିତରେ କାର୍ଯ୍ୟରତ ସମସ୍ତ ପାଚିକା ସହାୟିକାଙ୍କୁ ଏହା ମିଳିନାହିଁ . ବିଦ୍ୟାଳୟ ପିଛା ଜଣେ ମାତ୍ର ପାଚିକା ସହାୟିକାଙ୍କୁ ଉଲ୍ଲେଖିତ ଏରିଏର ମିଳି ଥିବାକୁ କେନ୍ଦ୍ର କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି . କିଏ ଏଥିପାଇଁ ଦାୟୀ , ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବଂଚିତା ପାଚିକା-ସହାୟିକାମାନେ ଏରିଏର ସେମାନଙ୍କୁ ବି ଯେପରି ମିଳିବ , ସେ ଦିଗରେ ଶୀଘ୍ର ଅନୁକୂଳ ପଦକ୍ଷେପ ନେବା ସକାଶେ ବି ଇ ଓଙ୍କୁ ନିବେଦନ ଜଣାଇଛନ୍ତି . ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ନିବେଦନ ପତ୍ରର ନକଲ ଗଜପତି ଡି ଇ ଓ , ଗଜପତି ଜିଲ୍ଲାପାଳ ଓ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ବି ସେମାନେ ପ୍ରଦାନ କରିଥିବା ଜଣା ପଡିଛି . ସୂଚନା ଯୋଗ୍ୟ ଯେ , ଉକ୍ତ ଏରିଏର ପ୍ରଦାନ ପାଇଁ ଓଡିଶା ହାଇକୋର୍ଟରେ ଡବ୍ଲ୍ୟୁ ପି [ ସି ] କେସ୍ ନମ୍ବର ୧୩୯୦୬ରେ ଏକ ଯାଚିକା ୨୦୧୨ରେ ଦାଖଲ କରା ଯାଇଥିଲା