ରାମ ଚରିତ ମାନସ ପାଇଁ କଳସ ଯାତ୍ରା
ଚିକିଟି, (କୁରେଶୁ ସାହୁ):ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ର ବଜାରଛକ ରେ ରାମଚରିତ ମାନସ ଅନୁଷ୍ଟିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ଅଞ୍ଚଳର ପୁରୋହିତ ପ୍ରସାଦକୁମାର ପ୍ରହରାଜଙ୍କ ଆଦେଶ କ୍ରମରେ କଳସ ଯାତ୍ରା ଆରମ୍ଭ ହୋଇଛି। ଏହି ଅଞ୍ଚଳ ର ଶତାଧିକ ମହିଳା ଓ ପୁରୁଷ ତାଳି କୀର୍ତନ ସହ ମୃଦଙ୍ଗ ବଜାଇ ସକାଳ ୧୦ ଘଣ୍ଟ ସମୟରେ ଡଭାର ଉତରା ବାଙ୍କ ବାହୁଦା ନଦୀ ବାରୁଣେଇ ଘାଟ ନିକଟ ରୁ ଜଳ ଉଠାଇ ପୂଜା ମଣ୍ଡପ ନିକଟ କୁ ଜଳ ଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମ ନବ ଦିନ ବ୍ୟାପି ଚାଲୁ ରହିବ। ଏହି ପୁଣ୍ୟ କାର୍ତିକ ମାସରେ ଜନ ସମାଜରେ ଭକ୍ତି ,ଭାବ,ଦୟା ଓ ସଦଭାବନା ଭରିଦେବା ପାଇଁ ପ୍ରଭୁ ଶ୍ରୀ ରାମଙ୍କର କଥା ଆୟୋଜନ କରା ଯାଇଛି।ପ୍ରଥମେ ବ୍ୟାସ ବାବାଜୀ ପରମବ୍ରହ୍ମ ଦାସ ଜୀ ପ୍ରଥମ ଦିନର ପ୍ରବଚକ ଶ୍ରୀ ରାମକୃଷ୍ଣ ଦାସ ଜୀ (ଅଯୋଧ୍ୟା) ଦ୍ୱିତୀୟ ଦିନଠୁ ପାଞ୍ଚ ଦିନପର୍ଯ୍ୟନ୍ତ ସରୋଜିନୀ ଦେବୀ (ପୁରୀ) ପ୍ରବଚନ ଦେବେ ,ସୂର୍ଯ୍ୟ କାନ୍ତ ରଥ ଶର୍ମା (ପୁରୀ) ତିନିଦିନ ଧରି ପ୍ରବଚନ ଦେବେ। ବହୁ ଆନନ୍ଦ ଓ ଉତ୍ଚାହ ହର ସହ ଏହି କାର୍ଯ୍ୟ କର୍ମକୁ ସଫଳ କରିବା ପାଇଁ ଏହି ଅଞ୍ଚଳର ଗ୍ରାମ ବାସୀ ଓ ପାରାୟଣ କମିଟି ନିଷ୍ପତି ନେଇଥିବା ଦେଖିବାକୁ ମିଳିଛି। ଏବଂ ସନ୍ଧ୍ୟା ସମୟରେ ଅଯୋଧ୍ୟା ରୁ ଆସିଥିବା ୧୦ ଜଣ ସାଧୁ ସନ୍ଥ ଙ୍କ ସହ ବିଭିନ୍ନ ମଠ ରୁ ମହନ୍ତ ମାନଙ୍କୁ ନିମନ୍ତ୍ରଣ କରି ଡଭାର ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚନା କରି ସ୍ୱାଗତ ଜଣାଇ ୨୧ ଗୋଟି କୀର୍ତନ ମଣ୍ଡଳୀ ଙ୍କ ସହ ଡଭାର, ଦେଉଳିଆପଡା ଓ ଚାନ୍ଦପୁର ଗ୍ରାମକୁ ପରିଭ୍ରମଣ କରାଇଥିଲେ।