ପୌରସଂସ୍ଥା ସମୂହର ନିର୍ବାଚିତ ପ୍ରତିନିଧିମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଏବଂ ଶିକ୍ଷା ପରିଦର୍ଶନ କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହ ରେ ଆଜି ପୂର୍ବାହ୍ନ ରେ ପୌରସଂସ୍ଥା ସମୂହର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ପ୍ରଶିକ୍ଷଣ ଏବଂ ଶିକ୍ଷା ପରିଦର୍ଶନ କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ପରିମଳ ବିଭାଗର ଏକ୍ସପଟ ସତୀଶ କୁମାର ପାଣିଗ୍ରାହୀ ପ୍ରଶିକ୍ଷଣ ଦେଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ସଭା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମକୁ ମୁଖ୍ୟଅତିଥିଭାବେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଓ ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭଆରମ୍ଭ କରିଥିଲେ। ମୁଖ୍ୟ ଉଦେଶ୍ୟ ହେଲା ସହରାଞ୍ଚଳ ସମୂହରେ ପରିମଳ ବ୍ୟବସ୍ଥାର ସ୍ଥିତି ସୁଧାରିବା, ପରିବେଶ ଏବଂ ଜନଶ୍ୱାସ୍ଥ୍ୟ ଉପରେ ପରିମଳ ବ୍ୟବସ୍ଥା ଏବଂ ବର୍ଜ୍ୟବସ୍ତୁ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଗୁରୁତ୍ୱ ଏବଂ ଓଡିଶାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଶୌଚାଳୟ ବର୍ଜ୍ୟବସ୍ତୁ (ମଳ) ପରିଚାଳନା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଗରିମା ଯୋଜନା, ଅଣୁ ଯୌବିକ ଖତ କେନ୍ଦ୍ର ଓ ଏମ୍ ସି ସି ସାମଗ୍ରୀ ପୁନରୁଦ୍ଧାର ସୁବିଧା ଏମ୍ ଆରଏଫ ଏବଂ ଉପଚାର କେନ୍ଦ୍ର ଇତ୍ୟାଦି ପ୍ରକଳ୍ପ ପରିଚାଳନା ରେ ନିର୍ବାଚିତ ପ୍ରତିନିଧିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କାର୍ଯ୍ୟକ୍ରମ ପରିଶେଷରେ କାଉନସିଲର ମାନଙ୍କୁ ଠାରୁ ମତାମତ ଗ୍ରହଣ ଏବଂ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା l ସହରରେ ନିର୍ମାଣ କରାଯାଇଥିବା ସମସ୍ତ ପ୍ରକଳ୍ପ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କାଉନସିଲର ବୁଲି ଦେଖିଥିଲେ। ଏହି ଶିବିରରେ କାଉନସିଲର ଅଶୋକ କୁମାର ମହାକୁଡ଼, ଗିରିଜା ବେହେରା, ଅରୁଣ କୁମାର ମହାକୁଡ଼,କେ. ପ୍ରମୋଦଆଚାରି,ସୁଦେଷ୍ଣାବେହେରା ପ୍ରମୁଖ ଉପସ୍ଥିତ ଥିଲେ ସ୍ୱଚ୍ଛସାଥି,ପରିମଳବିଭାଗରସୁପରଭାଇଜର, ଓ ସଫେଇ କର୍ମଚାରୀ ମାନେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ