ବରିଷ୍ଠ ଶିକ୍ଷାବିତ୍ ଙ୍କ ପରଲୋକ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପୁରୁଷୋତ୍ତମପୁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ନରସିଂହ ପଣ୍ଡା( ୭୩) ଙ୍କ ହୃଦଘାତରେ ପରଲୋକ ହୋଇଛି।ଷୋଳଘର ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ଜଣେ ଆଦର୍ଶ ଶିକ୍ଷକ ଭାବେ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।ଅବସର ପରେ ବିଭିନ୍ନ ସାମାଜିକ ସଙ୍ଗଠନ ସହ ଜଡ଼ିତ ରହି ଜନହିତକର କାର୍ଯ୍ୟକ୍ରମ କରୁଥିଲେ। ତାଙ୍କ ର ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁମାନ୍ୟ ଗଣବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ। ଋଷିକୂଲ୍ୟା ନଦୀ ପଠାରେ ମରଶରୀରକୁ ଅନ୍ତିମ ସଂସ୍କାର କରାଯାଇଥିଲା।