ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପଣ୍ଡିତ ନେହୁରୁଙ୍କ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲଙ୍କ ଜୟନ୍ତୀ ପାଳିତ ହୋଇଯାଇଛି. ବରିଷ୍ଠ କଂଗ୍ରେସ ନେତା ତଥା ପାରଳା ନଗର କଂଗ୍ରେସର ସଭାପତି ବସନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ନେତାମାନେ ଏହି ଜୟନ୍ତୀ ସମାରୋହରେ ଯୋଗ ଦେଇ ସ୍ବର୍ଗତ ନେହୁରୁଙ୍କ ତ୍ୟାଗ ଆଦଶ୍ରରେ ଅନୁପ୍ରାଣିତ ହୋଇ ପ୍ରତେକ କଂଗ୍ରେସ କର୍ମୀ ସମାଜର ସେବା କରନ୍ତୁ ବୋଲି ଆୱାନ ଦେଇଥିଲେ.