ପାରଳାରେ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତା ଅବରୋଧ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମୁଖ୍ୟ ରାସ୍ତା ସମେତ ପ୍ରାୟ ସମସ୍ତ ରାସ୍ତାଘାଟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି. ବିଭାଗୀୟ କର୍ମକର୍ତ୍ତାଙ୍କ ନିଷ୍କ୍ରିୟତା ତଥା ବେପରୁଆ ମନୋଭାବ ଯୋଗୁ ରାସ୍ତାର ଦୁରାବସ୍ଥାରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ଜନ ସାଧାରଣଙ୍କ ପକ୍ଷରୁ ଆଜି ମୁଖ୍ୟ ରାସ୍ତାରେ ଥିବା ବରଗଛ ଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା. ରାସ୍ତା ଅବରୋଧ ଯୋଗୁ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହାନା ଚଳାଚଳ ବନ୍ଦ ରହିଥିଲା. ଆନ୍ଦୋଳନକାରୀମାନେ ବିଶେଷକରି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ କଡା ସମାଲୋଚନା କରିବା ସହ ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ ଏବଂ ନାଳ ନିର୍ମାଣ ତୁରନ୍ତ ସମାପନ କରାଯିବାକୁ ଦାବି କରିଥିଲେ. ସକାଳ ୯:୩୦ ସମୟରେ ଏହି ରାସ୍ତାରୋକ ଆରମ୍ଭ ହୋଇଥିଲା. ନିର୍ବାହୀ ଯନ୍ତ୍ରୀଙ୍କ ଲିଖିତ ପ୍ରତିଶୃତି ପରେ ମାଧହ୍ମ ୧ ଘଣ୍ଟା ସମୟରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା.