ସମାଜସେବୀକା ବନ୍ଦିତା ତ୍ରିପାଠୀ ମାଟିର ଗୌରବ’ ସମ୍ମାନରେ ସମ୍ମାନୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ସମାଜସେବୀକା ବନ୍ଦିତା ତ୍ରିପାଠୀଙ୍କୁ ମାଟିର ଗୌରବ ସମ୍ମାନରେ ସଂମ୍ମାନିତ କରାଯାଇଥିବା ସୂଚନା ମିଳିଛି. ସୋମରୟ ଫାଉଣ୍ଡେସନର ଆନୁକୂଲ୍ୟରେ ମାଟି ଗୌରବ ସମ୍ମାନ -୨୦୧୩ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା। ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ମହିଳାଙ୍କୁ ସମ୍ମାନ ଦେବା ସହ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବାରୁ ସମାଜସେବୀକା ବନ୍ଦିତା ତ୍ରିପାଠୀଙ୍କୁ ମାଟିର ଗୌରବ ସମ୍ମାନରେ ସୋମରୟ ଫାଉଣ୍ଡେସନର ପ୍ରତିଷ୍ଠାତା, ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଗଣ ମାନପତ୍ର ସହ ସମ୍ମାନିତ କରିଥିଲେ. ସମାଜସେବୀ ବନ୍ଦିତା ତ୍ରିପାଠୀ ଜଣେ ଅଗ୍ରଣୀ ସମାଜସେବୀ ତଥା ସୃଜନୀ ମହିଳା ଅନୁଷ୍ଠାନର ପ୍ରତିଷ୍ଠାତା, ଅଖଣ୍ଡ ଭାରତ କେଶରୀୟ ହିନ୍ଦୁ ପରିଷଦର ରାଜ୍ୟ ସଭାନେତ୍ରୀ, ଓଡ଼ିଶା କର୍ପୋରେଟ ଫାଉଣ୍ଡସନର ସଭାନେତ୍ରୀ ଅଟନ୍ତି. ଏଭଳି ବହୁ ଅନୁଷ୍ଠାନ ସହ ନିଜକୁ ସାମିଲ କରି ସମାଜ ଓ ମହିଳାମାନଙ୍କ ସ୍ୱାବଲମ୍ବୀ କରି ବିକାଶର କର୍ଣ୍ଣଧାରା ସାଜିଥିବା ଯୋଗୁ ବନ୍ଦିତା ତ୍ରିପାଠୀଙ୍କୁ ମାଟିର ଗୌରବ ସମ୍ମାନ ପ୍ରଦାନ କରାଯାଇଛି ବୋଲି ସମରୟ ଫାଉଣ୍ଡେସନ ତରଫରୁ ସୂଚନା ଦିଆଯାଇଛି. ବନ୍ଦିତା ତ୍ରିପାଠୀ ଏଭଳି ମାଟିର ଗୌରବ ସଂମ୍ମାନ ପାଇଥିବାରୁ ଦକ୍ଷିଣ ଓଡ଼ିଶା ବିଶେଷକରି ଗଞ୍ଜାମ ଓ ଗଜପତିର ବିଭିନ୍ନ ମହିଳା ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି.