କେ.ସୀତାପୁର ପଞ୍ଚାୟତରେ ଜଙ୍ଗଲ ଅଧିକାର କମିଟି ଗଠନ ହେଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର କାଶୀ ନଗର ବ୍ଲକରେ ଥିବା କେ. ସୀତାପୁର ଗ୍ରାମ ପଞ୍ଚାୟତର ଅନୁ ଜଗନ୍ନାଥପୁର ଗ୍ରାମର ୬ ଗୋଟି ରାଜସ୍ୱ ମୌଜାରେ ଜଙ୍ଗଲ ଅଧିକାର କମିଟି ଗତକାଲି ଗଠିତ ହୋଇଯାଇଛି. କେ. ସୀତାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ କେ. ତେଜସ୍ୱରଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି. ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପ୍ରତେକ ରାଜସ୍ୱ ମୌଜାରେ ଗୋଟିଏ ଗୋଟିଏ ଜଙ୍ଗଲ ଅଧିକାର କମିଟି ଗଠନ କରିବା ନିର୍ଦେଶ ଅନୁଯାଇ କେ. ସୀତାପୁର ଗ୍ରାମ ପଞ୍ଚାୟତରେ ଗଠନ ହୋଇଛି. ଏଥିରେ ସମ୍ପୃକ୍ତ ମୌଜାର ଲୋକେ ଯୋଗ ଦେଇଥିଲେ.