ଶିଶୁ ଦିବସ ପାଳିତ ସମ୍ବନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ପୌରାଞ୍ଚଳ ଓ ଓଡିଶା ଆଲାଇନ୍ସ ଫର ଚାଇଲଡ ରାଇଟ୍ସ ପକ୍ଷରୁ ସ୍ଥାନ ମିର୍ଜାପୋଖରୀ ଅଙ୍ଗନବାଡି କେନ୍ଦ୍ର ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି.ଓଡିଶା ଆଲାଇନ୍ସ ଫର ଚାଇଲଡ ରାଇଟ୍ସ ର ଜିଲ୍ଲା ସଂଯୋଜକ ଉଵାଚକ ମହାନ୍ତି ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ କାଉନସିଲର ଗୌରୀ ଦାଶ ଯୋଗ ଦେଇ ଶିଶୁ ମାନେ ଦେଶର ଭବିଷ୍ୟତ, ଶିଶୁ ମାନଙ୍କ ବିକାଶ ରେ ଦେଶର ବିକାଶ ହୋଇଥାଏ ବୋଲି କହିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଜୁବେନାଇଲ ବୋର୍ଡ ର ସଦସ୍ୟ ଯାଦବେଶ ମିଶ୍ର, ପରିଦର୍ଶିକା ବିଷ୍ନୁପ୍ରିୟା ରଣା ଓ ସମାଜସେବୀ ଜୟପ୍ରକାଶ ଦାଶ ପ୍ରମୁଖ ଶିଶୁ ମାନଙ୍କ ବିକାଶ ସମ୍ପର୍କ ରେ ଆଲୋଚନା କରିଥିଲେ. ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ଆୟୋଜିତ ଦୌଡି, ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମନଙ୍କୁ ପୁରସ୍କୃତ କରାଯାଇଥିଲା. ଶେଷରେ ଅଙ୍ଗନବାଡି କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ.