ହାବଳେଶ୍ବର ର ବାଲିପଦାରେ ବିଜେପି ର ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଆଜି ଶାଳଣିଆ ମଣ୍ଡଳ ବିଜେପି ପକ୍ଷରୁ ହାବଳେଶ୍ବରର ଶକ୍ତିକେନ୍ଦ୍ର ପ୍ରମୁଖ ଦୀନବନ୍ଧୁ ପ୍ରଧାନ ଓ ମଣ୍ଡଳ ଉପସଭାପତି ତୁଷାରକାନ୍ତ ମହାପାତ୍ର ଓ କୃଷକ ମୋର୍ଚ୍ଚାର ମଣ୍ଡଳ ସଭାପତି ପ୍ରଶାନ୍ତ ସେନାପତିଙ୍କ ମିଳିତ ସଂଯୋଜନାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ସମେତ ମଣ୍ଡଳ ସଭାପତି ବଳଭଦ୍ର ବାରିକ ,ଅଧର ବେହେରା, ଧନେଶ୍ୱର ରାଉତ, ବଳରାମ ମହାନ୍ତି ପ୍ରମୁଖ ଯୋଗଦେଇ ସଙ୍ଗଠନକୁ ତୃଣମୁଳ ସ୍ତରରୁ ମଜବୁତ କରି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏ ଅଵସର ରେ ଭଗବାନ ମୁଦୁଲି,ସୁଶାନ୍ତ ସେନାପତି, ଅନନ୍ତ ସେଠି,ପ୍ରଶାନ୍ତ ଖଟୁଆ, ଅମୂଲ୍ୟ ମଲ୍ଲିକ, ଭାଗବତ ସେନାପତି,ବିଜୟ ସେନାପତି,ଆଶିଷ ମୁଦୁଲି,ଆକାଶ ଜେନା,ଅନିଦ୍ୟ ଶା, ପ୍ରିୟବ୍ରତ ହାତୀ, ଅଜୟ ନାୟକ, ଅମିତ ସା ଙ୍କ ସମେତ ୩୦ ରୁ ଉର୍ଦ୍ଧ୍ବ ଯୁବକ ବିଜେପିରେ ସାମିଲ ହୋଇଥିଲେ। ଉପସ୍ଥିତ ନେତୃମଣ୍ଡଳୀ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ଏ ସାଙ୍ଗଠନିକ ବୈଠକରେ କାଳନ୍ଦୀ ମହାନ୍ତି,ରାମଚନ୍ଦ୍ର ମୁଦୁଲି, ସୁନୀଲ ମଲ୍ଲିକ, ସୁନୀଲ ମୁଦୁଲି,ଅନାଦି ନାୟକ, ଅରୁଣ ମଲ୍ଲିକ, ମନୋଜ ମଲ୍ଲିକ, ରାଜୁ ହାତୀ, ଅଶୋକ ବାରିକ ପ୍ରମୁଖ ବୁଥ ସ୍ତରୀୟ ଛାମୁଆ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ