ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିଶୁଦିବସ ପାଳନ
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଳକ ଚଣ୍ଡିଆବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିଶୁଦିବସ ମହାସମାରୋହରେ ପାଳନ କରାଯାଇଅଛି । ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ସୁବାଷ ଚନ୍ଦ୍ର ପାତ୍ର (ବାଇଡଙ୍କ ବାବା), ଯୋଗଦାନ କରିଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ନରେନ୍ଦ୍ର ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ନରେନ୍ଦ୍ର ନାଥ କର, ଶିକ୍ଷାବିତ ମହେନ୍ଦ୍ର କୁମାର ପଳତା ଏବଂ ଗୋପବନ୍ଧୁ ସୁଆର ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟର ପରିଚାଳକ ତଥା ସଂପାଦକ ଇଂ ଉଦୟନାଥ କରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଦ୍ବୀପ ପ୍ରଜ୍ଜଳନ ତଥା ପ୍ରିୟ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଜବାହରଲାଲ ନେହେରୁ ଏବଂ ଓଡିଆମାନଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ କୁନିକୁନି ପିଲାମାନଙ୍କଦ୍ଵାରା କୌତୁକ ବସ୍ତ୍ରପରିଧାନର ପ୍ରତିଯୋଗିତା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନେ ଗୁରୁଶିଷ୍ୟମାନଙ୍କ ମଧ୍ୟରେ ସମ୍ପର୍କ, ଶିଶୁମାନଙ୍କପ୍ରତି ଗୁରୁମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ପରାୟଣତା, ସଂଯମତା ଓ ଶୃଙ୍ଖଳା ଆଦି ବିଷୟରେ ବିଶେଷ ଜ୍ଞାନ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବାଇଡଙ୍କ ବାବାଙ୍କ ଦ୍ଵାରା ହାସ୍ୟାତ୍ମକ କଥନ ଓ କବିତା ପଠନ ପରିବେଷିତ ହୋଇଥିଲା । ଏଥିରେ ଉପସ୍ଥିତ ଥିବା ସମସ୍ତ ଅତିଥି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ଫୁଲ୍ଲିତ ହୋଇଥିଲେ । ସଭାଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋଲକ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ତନୁଶ୍ରୀ ତନୟା ପହି, ସୁଚିତ୍ରା ଦାଶ, ସଦ୍ୟଲକ୍ଷ୍ମୀ ଜେନା କାବେରୀ ନାୟକ, ରାଜଶ୍ରୀ ସୁଆର, ରଞ୍ଜିତା ଓଝା, ପାର୍ଥ ସାରଥୀ ଜେନା, ରାଜେଶ ବେହେରା, ବିଜୟ କୁମାର ପହି, ସୁଦିପ୍ତ ଦାଶ, ଦେବେନ୍ଦ୍ରନାଥ ପାଢୀ, ଦୟାନିଧି ଚିନରା, ପ୍ରଶାନ୍ତ କୁମାର ଦାସ, ହିମାଂଶୁ ରଞ୍ଜନ ବାରିକ୍, ସଂଗ୍ରାମ କେଶରୀ ପଟ୍ଟନାୟକ ଏବଂ ମଞ୍ଜୁଲତା ଖୁଣିଆ, ଉର୍ମିଳା ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।