ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକର ଅଁରା ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ବର୍ଗତ ବୈଷ୍ଣବ ଚରଣ ସ୍ୱାଇଁଙ୍କ ଧର୍ମପତ୍ନୀ ବଦନି ସ୍ୱାଇଁଙ୍କର ନବେ ବର୍ଷ ବୟସରେ ଗତ ୧୩ ତାରିଖ ଦିନ ଦିବା ୩ ଘଟିକା ସମୟରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ଧର୍ମପରାୟଣା ଓ ଭାଗବତ ପ୍ରେମୀ ମହିଳା ଭାବେ ନିକଟସ୍ଥ ଅଞ୍ଚଳର ସଭିଙ୍କ ପ୍ରିୟପାତ୍ର ଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ପଦ୍ମନାଭ, ପୀତବାସ, ଶ୍ରୀନିବାସ,ପୁତ୍ରବଧୂ ରଙ୍ଗଲତା, ବିଜୟା,ଫୁଲମଣୀ, କନ୍ୟା କ୍ଷଣାପ୍ରଭା, ଶାନ୍ତିଲତା, ସୁକାନ୍ତି, ଜାମାତା ଧର୍ମାନନ୍ଦ, ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ନିଜ ବାଡ଼ିରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଜ୍ୟେଷ୍ଠ ପୁତ୍ର ପୀତବାସ ସ୍ୱାଇଁ ମୁଖାଗ୍ନି ଦେଇଥିବା ବେଳେ ନାତି ଜତିବ୍ରତ, ପ୍ରିୟବ୍ରତ, ଦିଲୀପ, ଜୟନ୍ତ ଆଲୋକ, ମୁକ୍ତିକାନ୍ତ,ନାତୁଣୀ ଜ୍ୱାଇଁ ମାନସ, ରବିଙ୍କ ସମେତ ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ