ଦଧିବାମନ କୋଚିଙ୍ଗ ସେଣ୍ଟରରେ ଶିଶୁ ଦିବସ ପାଳିତ
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଦଧିବାମନ କୋଚିଙ୍ଗ ସେଣ୍ଟର ତରୁଆଁ ରେ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ପଣ୍ଡା ଙ୍କ ସଭାପତିତ୍ବ ରେ ଶିଶୁ ଦିବସ ପାଳିତ ହୋଇଛି । ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶରତ କୁମାର ରାଉତ, ସମ୍ମାନିତ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଭଞ୍ଜ,ଶିକ୍ଷକ ଶ୍ରୀଯୁକ୍ତ ଅଭିରାମ ଦାସ, ପ୍ରମୋଦ କୁମାର ମାଝୀ, ଆନନ୍ଦଚନ୍ଦ୍ର ଭଞ୍ଜ,ତୀର୍ଥବାସୀ ମାଝୀ ପ୍ରମୁଖ ଯୋଗଦେଇ ଶିଶୁ ଦିବସର ତାପ୍ତର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସୁନିଲ୍ କୁମାର ରାଉତ ଅତିଥି ପରିଚୟ ପ୍ରଦାନ ଓ ସଭା ସଯୋଜନା କରିଥିଲେ। ଛାତ୍ର ନିଖିଳେଶ ପାଢୀ ଧନ୍ୟବାଦ ଅରପଣ କରିଥିଲେ।