ଗଞ୍ଜାମ ଆରଟିଓ ଙ୍କ କାର୍ଯ୍ୟାଳୟରୁ ୪ ଜଣ ଦଲାଲ ଙ୍କୁ ଗିରଫ କଲା ପୋଲିସ
ଛତ୍ରପୁର, ଛତ୍ରପୁର ସ୍ଥିତ ଗଞ୍ଜାମ ଆରଟିଓ ଅଫିସ ପରିସର ରୁ ଚାରି ଜଣ ଦଲାଲ ଙ୍କୁ ଗିରଫ କଲା ଛତ୍ରପୁର ଥାନା ପୋଲିସ। ଗିରଫ ଚାରି ଜଣ ଦଲାଲ ହେଲେ ଜଗନ୍ନାଥ ସାହୁ, ରବିନ୍ଦ୍ର କୁମାର ଗୌଡ଼, ପି. ଚନ୍ଦ୍ର ଶେଖର ଓ ଏମଡି ଆଲ୍ଲାଉଦିନ | ଗଞ୍ଜାମ ଏସପି ଜଗମୋହନ ମିନାଙ୍କ ନିର୍ଦେଶ କ୍ରମେ ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ଦାଶ ଙ୍କ ନେତୃତ୍ୱରେ ଏକ ଟିମ ଆରଟିଓ ଅଫିସ ରେ ଚଢ଼ାଉ କରି ଏହି ୪ ଜଣ ଦଲାଲ ଙ୍କୁ ଗିରଫ କରିଛି l ସେମାନଙ୍କ ନିକଟରୁ ପୋଲିସ ୧୨ ଟି ଡିଏଲ, ୭ ଟି ଆରସି ବୁକ ସହ ବିଭିନ୍ନ କାଗଜ ପତ୍ର ଜବତ କରିଛି ଛତ୍ରପୁର ପୋଲିସ | ଏନେଇ ସାମ୍ବାଦିକ ସମିଳନୀ ରେ ସୂଚନା ଦେଲେ ଛତ୍ରପୁର ଏସଡ଼ିପିଓ ଗୌରହରି ସାହୁ |