ହୃଦଘାତରେ ହାଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ

ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଖରିଡା ଗ୍ରାମର ମା ସ୍ବପ୍ନେଶ୍ୱରୀ ବିଦ୍ୟାପୀଠ ( ହାଇ ସ୍କୁଲ ) ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ପଣ୍ଡାଙ୍କ ହୃଦଘାତରେ ନଭେମ୍ବର ୧୪ ତାରିଖ ଦିନ ପୂର୍ବାହ୍ନରେ ଭୁବନେଶ୍ୱରର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ପଣ୍ଡା ଜଣେ ଉତ୍ତମ ଶିକ୍ଷକ ଭାବେ ସୁନାମ ଅର୍ଜନ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକ ବୃନ୍ଦଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ମୃତ୍ୟୁ ଖବର ଜଣାପଡିବ ପରେ ଖରିଡା ହାଇ ସ୍କୁଲରେ ଶୋକସଭା ପାଳନ କରାଯାଇଛି। ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀ ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ବୁଗୁଡା ବ୍ଲକ ଓଷ୍ଟାର ସଭାପତି ପ୍ରଶାନ୍ତ କୁମାର ଗୌଡ଼ ଓ ସମ୍ପାଦକ କାହ୍ନୁ ଚରଣ ସ୍ୱାଇଁ ସଙ୍ଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରି ଆତ୍ମାର ସଦଗତି କାମନା କରିବା ସହ ଶୋକ ସଂତପ୍ତ ପରିବାରକୁ ଶ୍ରୀ ଜଗନ୍ନାଥ ଧର୍ଯ୍ୟ ଦେବାକୁ ପ୍ରାର୍ଥନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ