ନେତାଜୀ ମଡେଲ ସ୍କୁଲରେ ବିଜ୍ଞାନ ଓ ଶିଶୁମେଲା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ମାଧପୁର ସ୍ଥିତ ନେତାଜୀ ମଡେଲ ସ୍କୁଲରେ ଶିଶୁମେଳା ଓ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ମୁଖ୍ୟ ଅତିଥର ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏହାପରେ କେନ୍ଦ୍ରାପଡା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ରଂଜିତ କୁମାର ଦାସ ଓ ଆଇ.ଟି.ଏସ. ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାମ୍ବାଦିକ ପ୍ରଭାତ କୁମାର ପରିଡା ପ୍ରକଳ୍ପ ଗୁଡିକୁ ପରିଦର୍ଶନ କରି ଆଜିକାର ଦୁନିଆରେ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଶିଶୁମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ପ୍ରାରମ୍ଭରେ କୁନି କୁନି ପିଲାମାନଙ୍କୁ ନେଇ ଶିଶୁମେଳା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶିଶୁମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରଚୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ