ପାଟପୁର କଲେଜ୍ ଷ୍ଟାଡିୟମରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ଖୋଖୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆନ୍ତଃ ବିଦ୍ୟାଳୟ ଖୋ-ଖୋ ଟର୍ଣାମେଣ୍ଟର ଜୋନ – ସି ଓ ଜୋନ – ଡି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହିଟୁର୍ଣ୍ଣାମେଣ୍ଟରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ପରିଚାଳନା ବୋର୍ଡ ସଭାପତି ଡଃ ପ୍ରଦୀପ କୁମାର ବ୍ରହ୍ମା, ଆଥଲେଟିକ ଆସୋସିଏସନ୍ ଉପ ସଭାପତି ଅଧ୍ୟାପକ ଡଃ କୈଳାଶ ଚନ୍ଦ୍ର ସ୍ୱାଇଁ, କଲେଜ୍ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଲକ୍ଷ୍ମଣ କୁମାର ସାହୁ , ରେଫରୀ ଭାବେ ଏରେଣ୍ଡ୍ରା ରାଧାକୃଷ୍ଣ ଉଚ ବିଦ୍ୟାଳୟ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଦାମୋଦର ପ୍ରଧାନ, ଏସଏସଡି ହାଇସ୍କୁଲ,ଖଣି ମୋହନା ଗଜପତିର ପିଇଟି ଅଜୟ କୁମାର ସ୍ବାଇଁ, ଟାଇମ କିପରରେ ରାଜା ଶିଙ୍ଗ , ସ୍କୋରୋରରେ ଶ୍ରୀକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନୁଷ୍ଠିତ ଆଜିର ମ୍ୟାଚ କେଏସୟୁବି କବିସୂର୍ଯ୍ୟନଗର ବନାମ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ହାଇସ୍କୁଲ ମଧ୍ୟରେ ଆୟୋଜିତ ହେଇଥିଲା । ଖେଳାଯାଇଥିବା ମ୍ୟାଚରେ କବିସୂର୍ଯ୍ୟନଗର ଟସ୍ ଜିତି ରନିଂ ଚୟନ କରିଥିଲା ଏବଂ ୮ ପଏଣ୍ଟରେ ଅଗ୍ରଣୀ ଲାଭ କରିଥିଲା ।