ଶ୍ରୀଶ୍ରୀ ରାଧାକୃଷ୍ଣ ଲଳିତାଙ୍କ ପ୍ରସିଦ୍ଧ ଗୋବର୍ଦ୍ଧନ ମହୋତ୍ସବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୋୖରାଞ୍ଚଳ ହିଞ୍ଜିଳି ସ୍ଥିତ ବିଜେ ଶ୍ରୀଶ୍ରୀ ରାଧାକୃଷ୍ଣ ଲଳିତାଦେବୀଙ୍କ ପ୍ରସିଦ୍ଧ ଗୋବର୍ଦ୍ଧନ ମହୋତ୍ସବ ମଙ୍ଗଳବାର ମହା ସମାରୋହରେ ପାଳିତ ହୋଇଛି। ପ୍ରତି ଥର ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆରାଧ୍ୟ ଠାକୁରଙ୍କ ଗୋବର୍ଦ୍ଧନ ମହୋତ୍ସବ ଆୟୋଜିତ ହୋଇଥିଲା।ପ୍ରାତଃରେ ଶ୍ରୀ ବିଗ୍ରହଙ୍କୁ ସୁଗନ୍ଧିତ ଜଳରେ ସ୍ନାନ,ନୂତନ ବସ୍ତ୍ର ଓ ବେଶ ପରିପାଟିରେ ଆଭୂଷଣ କରାଯାଇ ନାନାଦି ସୁଗନ୍ଧିତ ପୁଷ୍ପ,ତୁଳସୀ ମାଳ,ଭୋଗ ନୈବେଦ୍ୟରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ନୀତି ସମ୍ପନ୍ନ ହୋଇଥିଲା। ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଗୋବର୍ଦ୍ଧନ ମହୋତ୍ସବରେରେ ଶହ ଶହ ଭକ୍ତ,ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ଶ୍ରୀଶ୍ରୀ ରାଧାକୃଷ୍ଣ ଲଳିତା ଦେବୀଙ୍କ ଭବ୍ୟମୂର୍ତ୍ତୀ ଦର୍ଶନ କରି ଦିବ୍ୟ ଅନୁଭୂତି ସହ କୃପାଭିକ୍ଷା କରିଥିଲେ। ଟ୍ରଷ୍ଟ ସଦସ୍ୟ ତଥା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆବାଳବୃଦ୍ଧବନିତାଙ୍କ ଠାରୁ ଆରମ୍ଭ କରି ସହରର ବହୁ ବିଶିଷ୍ଟ ବ୍ୟକ୍ତି ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆତ୍ମତୃପ୍ତି ଅନୁଭବ କରିଥିଲେ।ଅନୁରୂପ ଭାବେ ସହର ତଥା ବିଭିନ୍ନ ଗ୍ରାମରେ ଅବସ୍ଥିତ ଥିବା ବିଷ୍ଣୁ ମନ୍ଦିରରେ ଗୋବର୍ଦ୍ଧନ ମହୋତ୍ସବ ପାଳିତ ହୋଇଛି।ଶ୍ରୀ ବିଗ୍ରହଙ୍କ ପୂଜାର୍ଚ୍ଚନା,ଦର୍ଶନ ଓ ବିଭୁକୃପା ନିମନ୍ତେ ମନ୍ଦିର ପରିସରରେ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଛି।ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ଗୋବର୍ଦ୍ଧନ ମହୋତ୍ସବ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି।