କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ମହାସଂଘ ତରଫରୁ ସ୍ଥାନୀୟ ବି ଏସ ଏ ପ୍ରଶିକ୍ଷଣ ଭବନ ଠାରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି।ମହାସଂଘ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ପ୍ରେସ ଦିବସ ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ କେସିଙ୍ଗା ନଗର ପାଳ ନୃପରାଜ୍ ଯାଦବ ଓ ମୂଖ୍ୟ ବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ଯୋଗଦେଇ ଥିବା ବେଳେ ମହାସଂଘ ର ସାଧାରଣ ସଂପାଦକ ଡମ୍ବରୁଧର ଭୋଇ ଓ ବରିଷ୍ଟ ସାମ୍ବାଦିକ ଦୟା ସୁନାନୀ ପ୍ରମୁଖ ମଞ୍ଚାଶିନ ଥିଲେ। ପ୍ରଥମେ ଅତିଥି ମାନେ ଷ୍ଟେଜ ଉପରେ ମହାପ୍ରଭୁ ଜଗନ୍ନାଥ ଙ୍କୁ ଦୀପ ଜଳାଇ ମଞ୍ଚାଷିନ ହୋଇ ନିଜନିଜ ର ବକ୍ତବ୍ୟ ଉପସ୍ଥାପନ କରିଥିଲ। ଏହି ଅବସରରେ କେସିଙ୍ଗା ର ଦୌଡ଼ ରାଣୀ ଭାବେ ଓଡ଼ିଶାରେ ପରିଚିତ ଅନିତା କୈବର୍ତ୍ତ ଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଭବିଷ୍ୟତ ରେ ଯେକୌଣସି ସାହାଯ୍ୟ ପାଇଁ କେସିଙ୍ଗା ସାମ୍ବାଦିକ ମହାସଂଘ ଦୌଡ଼ ରାଣୀ ଙ୍କ ପଛରେ ଠିଆରହିବ ବୋଲି ସଭାପତି ସୁଶାନ୍ତ କୁମାର ମହାପାତ୍ର ଘୋଷଣା କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ,ଚନ୍ଦ୍ର ମଣି ସ୍ବାଇଁ ,ମଧୁ ସିନ୍ଦୂର, ସଂଗ୍ରାମ ଦେଓ, ବଳରାମ ନାଏକ,ମନୋଜ ସିଂ,ପ୍ରିତେଶ୍ ପଟେଲ,ଅର୍ଜୁନ ପୋଡ,ମହମ୍ମଦ ଆଗା ଜାନ୍,ବିନୋଦ ଜୈନ,ତେଜ ରାଜ ସାହୁ,ମଧୁସୂଦନ ଠାକୁର,ଶିବପ୍ରସାଦ ସାହୁ,ମାଧବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳନା କରିଥିଲେ ବରିଷ୍ଟ ସାମ୍ବାଦିକ ଯଯାତି କେଶରୀ ସିଂଦେଓ।ଶେଷରେ ବିନୋଦ ଜୈନ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।