ଛାତ୍ରୀ ଅପହୃତ ଥାନାରେ ଏତଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁ ର ଜଣେ ମାଟ୍ରିକ ପଢୁଥିବା ଛାତ୍ରୀ ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୪୪୦/୨୩ ଦଫା – ୩୬୩ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।ଛାତ୍ରୀ ଙ୍କୁ ଗତ ବୁଧବାର ସକାଳ ପ୍ରାୟ ୮ ଟାରୁ ଅପହରଣ କରାଯାଇଥିବା ନେଇ ଏତଲା ରେ ଉଲ୍ଲେଖ ରହିଛି।ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଅପହୃତା ଛାତ୍ରୀ କିମ୍ବା ଅପହର୍ତ୍ତା ଙ୍କ ପତ୍ତା ମିଳିନଥିଲା। ପରେ ଛାତ୍ରୀ ଙ୍କ ବାପା ଥାନାରେ ଏତଲା ଦେଇଥିଲେ।ପୋଲିସ ଟିମ୍ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢ଼ାଉ କରିଥିଲେ ମଧ୍ୟ ଛାତ୍ରୀ ଙ୍କ ସନ୍ଧାନ ମିଳିନଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ଗୌତମ ସାହୁ କହିଛନ୍ତି।