କରଞ୍ଜିଆ ରେ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ସାରା ଭାରତରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଉଛି ।ସମାଜର ପ୍ରଗତି ରଥରେ ଗଣମାଧ୍ୟମ ଏବଂ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ପ୍ରତିନିଧି ମାନଙ୍କ ଭୂମିକା ଅନନ୍ୟ , ଅବର୍ଣ୍ଣନୀୟ ଓ ଗୁରୁତ୍ୱପୂର୍ଣ୍ଣ ।ମୟୂରଭଞ୍ଜ ଜିଲ୍ଲା ପାଞ୍ଚପୀଢ ଉପଖଣ୍ଡ ର ସାମ୍ବାଦିକ ସାମ୍ବାଦିକା ଭାଇ ଭଉଣୀ ମାନଙ୍କୁ ନେଇ କରଞ୍ଜିଆ ସ୍ଥିତ ସୂଚନା ଲୋକସମ୍ପର୍କ ବିଭାଗ ପାଠାଗାର ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସହକାରୀ ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ସୂଚନା ଲୋକସମ୍ପର୍କ ଅଧିକାରୀ ନିହାର ରଞ୍ଜନ ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପାଳିତ ସଭା ରେ ଗ୍ରନ୍ଥାଗାରିକ ଅରୁଣ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ମୂଖ୍ୟ ଅତିଥି ଭାବେ ପାଞ୍ଚପୀଢ ଉପଜିଲ୍ଲାପାଳ ପ୍ରେମାଂସୁ ଚାନ୍ଦ, ସମ୍ମାନିତ ଅତିଥିରୂପେ କରଞ୍ଜିଆ ତହସିଲଦାର ଦିବାକର ମାଝୀ,ପାଞ୍ଚପୀଢ ପ୍ରେସ କ୍ଲବ ର ସଭାପତି ଉମାଶଙ୍କର ଦାସ୍, କରଞ୍ଜିଆ ପ୍ରେସ କ୍ଲବ ର ସମ୍ପାଦକ କର୍ଣ୍ଣାଜୁନ ସାହା, ଯଶିପୁର ପ୍ରେସ କ୍ଲବ ସଭାପତି ଜନାର୍ଦ୍ଦନ ମହାନ୍ତ ଓ ଅନ୍ୟ ବରିଷ୍ଠ ସାମ୍ବାଦିକ ମଧୂସୁଦନ ନନ୍ଦ ଓ ଅନ୍ୟ ସାମ୍ବାଦିକ ଗଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟ ଚିତ୍ର ରେ ଧୂପ ଦୀପ ପୁଷ୍ପ ଅର୍ପଣ କରି ଜାତୀୟ ପ୍ରେସ ଦିବସ ର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଆଲୋଚନା ପାଇଁ ପ୍ରେସ କାଉନସିଲ ଦ୍ଵାରା ପ୍ରଦତ୍ତ ଶୀର୍ଷକ ” କୂତ୍ରିମ ମେଧା ଯୁଗରେ ଗଣମାଧ୍ୟମ” ଉପରେ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ପ୍ରେସ ଦିବସ ଅବସରରେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ଆଧୁନିକ ଡିଜିଟାଲ ଯୁଗରେ ଗଣମାଧ୍ୟମ ପ୍ରତିନିଧି ମାନେ ଅଧିକରୁ ଅଧିକ କୌଶଳୀ ଏବଂ ତାଲିମ ପ୍ରାପ୍ତ ହୋଇ ନିଜସ୍ଵ ଢଙ୍ଗ ସହ କୂତ୍ରିମ ମେଧାର ସହାୟତା ନେଇ ନିଜକୁ ସନ୍ତୁଳିତ ମନରେ ସହଜ ଓ ଉଚ୍ଚ କୋଟୀର ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଉପସ୍ଥିତ ସାମ୍ବାଦିକ ମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।ଉପସ୍ଥିତ ସାମ୍ବାଦିକମାନେ ଉପଜିଲ୍ଲାପାଳଙ୍କୁ ଏକ ସାମ୍ବାଦିକ ଭବନ ନିମନ୍ତେ ଦାବୀ ଜଣାଇବା ସହିତ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରେସ ଦିବସ ର ବିଷୟ ବସ୍ତୁ କୃତ୍ରିମ ମେଧା ଯୁଗରେ ଗଣମାଧ୍ୟମ ଭୂମିକା ସମ୍ପର୍କରେ ସାମ୍ବାଦିକ ବନ୍ଧୁ ମାନେ ସୂଚନା ପ୍ରଦାନ କରିଥିଲେ । ଯଶିପୁର ସୂଚନା ଲୋକସମ୍ପର୍କ ବିଭାଗ ଅଫିସ ଗ୍ରନ୍ଥାଗାରିକ ପ୍ରଦୀପ କୁମାର ସେନାପତି,ସହ ଗ୍ରନ୍ଥା ଗାରିକ ଶ୍ରୀହରି ଦାସ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।