ଜେଡିଶି ପକ୍ଷରୁ ଶିଶୁ ଦିବସରେ ଶିଶୁନାଟକ ମହୋତ୍ସବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜେଡିଶି ଅନୁଷ୍ଠାନ ପକ୍ଷରୁ ଶିଶୁ ଦିବସ ଉପଲକ୍ଷେ ଆୟୋଜିତ ଶିଶୁନାଟକ ମହୋତ୍ସବ ଛତ୍ରପୁର ସହର ଏନେଶି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବରେ ଛତ୍ରପୁର ଅଞ୍ଚଳର ବିଦ୍ୟାଳୟ ମାନଙ୍କ ମଧ୍ୟରେ ନାଟକ ପ୍ରତିଯୋଗିତା ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା l ଏଥିରେ ସରକାରୀ ବିଦ୍ୟାଳୟ ଅଂସୁଲୋ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ଇରୋକିଡ ଦୃତୀୟ ଏବଂ ରିକାପଲ୍ଲୀ ସ୍କୁଲ ତୃତୀୟ ସ୍ଥାନ ପାଇଥିଲେ ଓ ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସୁନ୍ଦର ନାଟକ ପରିବେଷଣ ପାଇଁ ସମ୍ମାନିତ ହୋଇଥିଲେ l ଏହି ମୁହୂର୍ତରେ ଛତ୍ରପୁର ବିଧାୟକ ସୁବାସ ବେହେରା, ଗୁରୁ ଭିକାରୀ ଚରଣ ମହାପାତ, ପଣ୍ଡିତ ବିଜୟ କୁମାର ତ୍ରିପାଠୀ, ଜଗନ୍ନାଥ ସଂସ୍କୃତି ଗବେଷକ ଜ୍ଞାନାନନ୍ଦ ସାଗର କୁମାର, ଏବଂ ନୃତ୍ୟ ନିର୍ଦ୍ଧେଶକ ସୂର୍ଯ୍ୟନ ରଥ, ଗଞ୍ଜାମ ଜ଼ିଲ୍ଲା ପରିଷଦ ସଦସ୍ୟ ଏମ ଧନଞ୍ଜୟ ରେଡ୍ଡୀ, ବିଇଓ ଗଞ୍ଜାମ ସୀତାରାମ ପତ୍ର, କଳାକାର ସୁମନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ l ଗୁରୁ ଭିକାରି ଚରଣ ମହାପାତ୍ରଙ୍କ ଦ୍ୱାରା ରଚିତ ” ଢଗଟିଏ ଗୀତଟିଏ”
ପୁସ୍ତକ ଉନ୍ମଚନ କରାଗଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ