ବ୍ରହ୍ମାକୁମାରୀସ୍‌, ଶାନ୍ତିକୁଣ୍ଡରେ ବିଶ୍ୱମଧୁମେହ ଦିବସ ପାଳିତ

ବ୍ରହ୍ମପୁର, (ଅନିଲ କୁମାର):ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିକୁଣ୍ଡ, ଗିରିରୋଡ଼ ପ୍ରାଙ୍ଗଣରେ ବିଶ୍ୱ ମଧୁମେହ ଦିବସ ପାଳନ ଉପଲକ୍ଷେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଅଛି । ବ୍ରହ୍ମାକୁମାରୀସ୍‌, ଗଞ୍ଜାମ ଓ ଗଜପତି ମୁଖ୍ୟ ସଚାଂଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ, ରାମଚନ୍ଦ୍ରପୁର ସ୍ଥିତ ପ୍ରଭୁ ଉପହାର ରିଟ୍ରିଟ୍ ସେନ୍‌ଟର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମାଳା, ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଭ୍ରାତା ରଘୁନାଥ ପ୍ରଧାନ ଏବଂ ବରିଷ୍ଠ ଆଡ଼ଭୋକେଟ ଭଗିନୀ ଲକ୍ଷ୍ମୀପ୍ରିୟାସେନାପତି ଆଦି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟର ଆନୁଷ୍ଠନିକ ଉଦ୍‌ଘାଟନ କରିଥିଲେ । ବରିଷ୍ଠ ଭେଷଜ ତଥା ମଧୁମେହ ବିଶେଷଜ୍ଞ ଭ୍ରାତା ଡ଼ା. ପ୍ରକାଶ ଚନ୍ଦ୍ର ପାତ୍ର ପ୍ରୋଜେକ୍ଟର ସୋ ମାଧ୍ୟମରେ ମଧୁମେହ ରୋଗ ସମ୍ପର୍କରେ ସଚେତନାତା ସୃଷ୍ଟିକରିବା ସହ ମଧୁମେହ ରୋଗର ନିରୂପଣ, ଯତ୍ନ, କାରଣ ଏବଂ ନିବାରଣ ଆଦି ସମ୍ପର୍କରେ ପ୍ରାଞ୍ଜଳଭାବେ ବର୍ଣ୍ଣନା କରିଥିଲେ । ବ୍ରହ୍ମାକୁମାରୀ ଭଗିନୀ ମାଳା ମଧୁମେହ ରୋଗ ସମ୍ପର୍କରେ ଯଥାର୍ଥ ସଚେତନ ସ୍ୱଷ୍ଟ କରିବା ସହ ଏହି ରୋଗର ନିବାରଣ ପାଇଁ ରାଜଯୋଗର ଅଭ୍ୟାସ, ଶାରୀରିକ ବ୍ୟାୟାମ ତଥା ସୁଗମ ଖାଦ୍ୟ ଗ୍ରହଣ ସକାଶେ ଗୁରୁତ୍ୱ ପ୍ରଦାନ କରିଥିଲେ । ବ୍ରହ୍ମାକୁମାରୀ ଭଗିନୀ ମଞ୍ଜୁ ନିଜ ୩୫ ବର୍ଷର ମଧୁମେହ ରୋଗ ସହିତ କିପରି ଜୀବନର ସାମଞ୍ଜସ୍ୟ ରକ୍ଷା କରି ସୁସ୍ଥ ଜୀବନ ଯାପନ କରୁଛନ୍ତି ସେ ସମ୍ପର୍କରେ ମତବ୍ୟକ୍ତ କରିବାସହ ଶାରୀରିକ, ସ୍ୱାସ୍ଥ୍ୟ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ସମନ୍ୱୟ ଦ୍ୱାରା ଏକ ସୁସ୍ଥ, ନିରାମୟ ଜୀବନର ମାର୍ଗ ସମ୍ପର୍କରେ ସ୍ୱଷ୍ଟୀକରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନେକ ମଧୁମେହ ପୀଡ଼ିତ ରୋଗୀସହ ଜନସାଧାରଣ ଅଂଶ ଗ୍ରହଣ କରି ଉପକୃତ ହୋଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ