ମରୁଡି ପରିସ୍ଥିତି ଅନୁଧ୍ୟାନ କଲେ କଂଗ୍ରେସ ଟିମ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ଗଞ୍ଜାମ ଜିଲ୍ଲା ରେ ଉପୁଜିଥିବା ମରୁଡି ପରି ସ୍ଥିତି ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ପିସିସି କିସାନ କଂଗ୍ରେସ ପକ୍ଷରୁ ଏକ ଅନୁଧ୍ୟାନ କାରୀ ମଣ୍ଡଳୀ କୁକୁଡାଖଣ୍ଡି ବ୍ଲକ ର ବାଲିପଡ଼ା, ନାରାୟଣପୂର ଗ୍ରାମ ର ବିଭିନ୍ନ ଚାଷ ଜମି ପରିଦର୍ଶନ କରିଥିଲେ l ଗୁରବାର ପିସିସି କିସାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ , ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ନେତୃତ୍ବରେ ମରୁଡି ପରିସ୍ଥିତି ଉପୁଜିଥିବା ଅଞ୍ଚଳ ପରିଦର୍ଶନ କରିଥିଲେ ।ପ୍ରସାଶନ ଓ ସରକାର ନିରବ ଦ୍ରଂଷ୍ଟା ରହୁଥିବା ବେଳେ ହଜାର ହଜାର ଚାଷୀ ବିଲ ରେ ମୁଣ୍ଡ ରେ ହାତ ଦେଇ ବସିଛନ୍ତି । ପ୍ରତିକାର ନ କରାଗଲେ ବାହାର ରାଜ୍ୟ କୁ ଦାଦନ ଶ୍ରମିକ ସୁଅ ଛୁଟିବ ବୋଲି କଂଗ୍ରେସ ଅଭିଯୋଗ କରିଛି lଏହି ପ୍ରତିନିଧି ମଣ୍ଡଳୀ ରେ କିସାନ କଂଗ୍ରେସ ର ରାଜ୍ୟ ଉପାଧ୍ୟକ୍ଷ ବୁନ୍ଦାବନ ଖଟେଇ , ଜିଲ୍ଲା କିସାନ କଂଗ୍ରେସ ସଭାପତି ଶ୍ୟାମ ସୁନ୍ଦର ଦୋରା , ରାଜ୍ୟ ସାଧାରଣ ସଂପାଦକ ସାଇ ପ୍ରସାଦ ପାତ୍ର, ସଂପାଦକ ରାମ ବିଶ୍ଵାସ ରାୟ , ସୁବାସ ରାଉତ , କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ପି. ଶିବପ୍ରସାଦ ଦୋରା, ଅବନୀ ସତପଥୀ , ବୋକିଲି ସେଠୀ, ଜିଲ୍ଲା ସଂପାଦକ ଦଣ୍ଡପାଣି ପାତ୍ର, ଚିକିଟି ବ୍ଲକ କଂଗ୍ରେସ ସଭାପତି ଶଙ୍କର ଅଧିକାରୀ ଓ କୁକୁଡ଼ାଖଣ୍ଡି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଦଲ ଭରତ ପ୍ରମୁଖ ଚାଷୀ ଙ୍କ ଠୁ ମରୁଡି ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ