ଜାତୀୟ ପ୍ରେସ ଦିବସରେ ମିଡ଼ିଆ ମେଳା ଅନୁଷ୍ଠିତ
ବ୍ରହ୍ମପୁର, (ଅନିଲ କୁମାର) : ଜାତୀୟ ପ୍ରେସ ଦିବସ ଅବସରରେ ସ୍ଥାନୀୟ ହୋଟେଲ ମୋତି ପ୍ରାଙ୍ଗଣରେ ପ୍ରଥମ ଅଧିବେଶନରେ ମୁଁ ବି ସାମ୍ବାଦିକ ହେବି ଏକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜ୍ଞାନର ବିକାଶ ନିମନ୍ତେ ତୃତୀୟ ଥର ପାଇଁ ଗଞ୍ଜାମ ଜିଲ୍ଲା ଓଜା ସଭାପତି ବାସୁଦେବ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଥିଲା । ଏହି କର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ୬୦ଜଣ ଛାତ୍ର ଛାତ୍ରୀ ମୁଁ ବି ସାମ୍ବାଦିକ ହେବି କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ଏଥିରେ ବିଚାରକ ଭାବେ ଶ୍ରୀମତୀ ମାନସୀ ସତପଥି, ଚିକିଟି ମହାବିଦ୍ୟାଳୟର ଅଧ୍ୟାପକ ବିଶ୍ଵନାଥ ପାଣିଗ୍ରାହୀ, ଶଶି ଭୂଷଣ ରଥ ସରକାରୀ ମହିଳା ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର କାହୁଁ ଚାରଣ ପାଢ଼ୀ ପ୍ରମୁଖ ରହିଥିଲେ । ପ୍ରତିଯୋଗିତାରେ ୟୁ. ଆଦିତୀ ପାତ୍ର ପ୍ରଥମ ସ୍ଥାନରେ ରହିଥିବାବେଳେ ପ୍ରଗତି ସାମନ୍ତରାୟ ଦ୍ୱିତୀୟ ଓ ରାନୀ ଜେନା ତୃତୀୟ ସ୍ଥାନ ଅଧିକାର କରି ଗ୍ରାଣ୍ଟ ଫିନାଲେ କୁ ଉତିର୍ଣ୍ଣ ହୋଇଥିଲେ। ସମସ୍ତ ଛାତ୍ର ଛାତ୍ରୀଙ୍କୁ ଏଠାରେ ଉପସ୍ଥିତ ଥିବା ଅତିଥି ମାନେ ସାଟିଫିକେଟ ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ଡକ୍ଟର ଶ୍ରୀବଛ ଦକାଇଙ୍କ ଅଧ୍ୟକ୍ଷତାରେ ମିଡ଼ିଆ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ପ୍ରାକ୍ତନ ବିଚାରପତି ରତିକାନ୍ତ ଯୋଗଦେଇ ସୁସ୍ଥ ସମାଜ ଗଠନ ଦିଗରେ ମିଡିଆ ମୁକ୍ଷ୍ୟ ଭୂମିକା ଗ୍ରହଣ କରିବା ସହ ପ୍ରତିଟି ଖବର କାଗଜ ନିରପେକ୍ଷ ଭାବେ ଖବର ପ୍ରସାରଣ କରିବା ଉଚିତ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧୁକାରୀ, ରବିନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ସୁରକ୍ଷା ପାଇଁ ଗଣମାଧ୍ୟମ ନିରନ୍ତର ଭାବେ କାମ କରୁଛି ବୋଲି ବକ୍ତବ୍ୟରେ କହିଥିଲେ। ଓଡ଼ିଶା ବାର୍ତ୍ତାର ସମ୍ପାଦକ ମନୋଜକାନ୍ତ ଦାଶ ଓଡ଼ିଶା ସାମ୍ବାଦିକ ସଂଗଠନର ଅଭିନବ ପ୍ରୟାସ ମିଡିଆ ମେଳାକୁ ପ୍ରଶଂସା କରିଥିଲେ। ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ବରେଣ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥିଭାବେ ଯୁଗାବ୍ଦ ଖବର କାଗଜରେ ମୁଖ୍ୟ ସମ୍ପାଦିକା ସୁଶ୍ରୀ ଓଁକାର ପ୍ରିୟଦର୍ଶିନୀ ପ୍ରଧାନ ଯୋଗଦେଇ ବର୍ତମାନ ପରିସ୍ଥିତରେ ସାମ୍ବାଦିଙ୍କ ଭୂମିକା ଓ ସମାଜ ପ୍ରତି ତାଙ୍କର ଦେଇତ୍ୱ ନେଇ ନିଜର ବକ୍ତବ୍ୟରେ କହିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସକାଳର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଶକ୍ତି ରାଜଗୁରୁ, ବରିଷ୍ଠ ସାମ୍ବାଦିକ ଗୋପାଳ ପଟ୍ଟନାୟକ, ଶ୍ରୀପଦମା ଚା କମ୍ପାନୀ ଏମ ଡି ବି ବସଭ ରାଜୁ, ଡି, ଗନ୍ନାଥ ରାଓ, ସମାଜସେବୀ ତଥା ମହାନସଙ୍ଘର ସଭାପତି ସୁଶାନ୍ତ ସାବତ, ଡଃ. ଦ୍ଵିପାୟନ ପଟ୍ଟନାୟକ ପ୍ରମୁକ୍ଷ ସମ୍ମାନିତ ଅତିଥି ଭାବେଯୋଗ ଦେଇଥିଲେ।ଅବସର ପ୍ରାପ୍ତ ଜଳବାୟୁ ତଥା ପରିବେଶ ବିଜ୍ଞାନୀ ପ୍ରାଧ୍ୟାପକ ଡକ୍ଟର ଡମ୍ବରୁଧର ସାହୁ ଓ ଏମ. ନରେଶଙ୍କୁ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଜାର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବ୍ରହ୍ମପୁର ଓଜା ଶାଖାର ସମ୍ପାଦକ ଅନନ୍ତ ରାମ ପ୍ରଧାନ ଧନ୍ୟବାଦ୍ ବେଇଥିଲେ