ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କରଣ ସମାଜର କୁଳଗୁରୁ ତଥା ଆରାଧ୍ୟ ଦେବତା ଭଗବାନ ଚିତ୍ରଗୁପ୍ତଙ୍କ ପୂଜା କେନ୍ଦ୍ରାପଡା ଜିଲ୍ଲା କରଣ ସମାଜ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି । କରଣ ସମାଜ ସଭାପତି ଡାକ୍ତର ରମାନାଥ ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ପାହାଡପୁର ମଠ ପରିସରରେ ଆୟୋଜିତ ପୂଜା ଉତ୍ସବରେ କୈଳାସ ଚନ୍ଦ୍ର ମହାନ୍ତି ସଂକଳ୍ପ କରିବା ସହ ଘଟ ସ୍ଥାପନ ଓ ହୋମ କର୍ମ କରିଥିଲେ । ଏହି ଅବସରରେ ସାଙ୍ଗଠନିକ ଆଲୋଚନା କରାଯାଇ ନୂତନ ବର୍ଷର କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଚିନନ୍ଦନ ଦାସ, ରଜନୀକାନ୍ତ ଦାସ, ବସନ୍ତ କୁମାର ମହାନ୍ତି, ଚିତ୍ତରଞ୍ଜନ ଦାସ, ଶୈଳେନ୍ଦ୍ର ମହାନ୍ତି, ସୁଧାଂଶୁ ଶେଖର ରାୟ, ମାତୃଦତ୍ତ ମହାନ୍ତି, ମନୋଜ କୁମାର ମହାନ୍ତି, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ବିଶ୍ୱ ଶାନ୍ତି ପାଇଁ ସମୁହ ପ୍ରାର୍ଥନା କରାଯାଇଥିଲା ।