ମଢିଆଳରେ ମା’ଶ୍ୟାମକାଳୀଙ୍କ ପୂଜା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରସ୍ଥ ମଢିଆଳ ଠାରେ ମା’ ଶ୍ୟାମକାଳୀଙ୍କ ପୂଜା ଦୀପାବଳୀ ଅମବାସ୍ୟାରେ ଆରମ୍ଭ ହୋଇଛି । ୧୯୭୦ମସିହାରୁ ଏଠାରେ ଆରମ୍ଭ ହୋଇଥିବା ମା’ଙ୍କ ପୂଜା ସ୍ୱର୍ଗତ ରବୀନ୍ଦ୍ର ନାଥ ବେହେରା ଆରମ୍ଭ କରିଥିଲେ । ସମୟାନୁକ୍ରମେ ଭଗୀରଥ ସାହୁ ଏବେ କର୍ତ୍ତା ଭାବରେ ପୂଜାରେ ବସୁଛନ୍ତି । କମିଟିର ସଭାପତି ମନ୍ମଥ ସିଂହ ଓ ସମ୍ପାଦକ ହିମାଞ୍ଜନ ସାହୁଙ୍କ ନେତୃତ୍ୱରେ ମା’ଙ୍କ ପୂଜା ସମ୍ପାଦନ କରାଯାଉଛି । ଏଥିସହିତ ସୁବଳ ଚାନ୍ଦ, କୁଳମଣୀ ବେହେରା, ସମୀର କୁମାର ଚାନ୍ଦ, ଚିତ୍ତରଞ୍ଜନ ଭଗତ ଓ ଶମ୍ଭୁ ଚାନ୍ଦ ପ୍ରମୁଖ କମିଟିର ସଦସ୍ୟମାନଙ୍କ ସହଯୋଗରେ ମା’ ଶ୍ୟାମକାଳୀଙ୍କ ପୂଜା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ