ବିଜେପିର ଜନଆକ୍ରୋଶ ସମାବେଶ ଓ ବ୍ଲକ ଘେରାଓ କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ ସରକାର ବିରୋଧରେ ବନ୍ତ ବ୍ଲକ ବିଜେପି ପକ୍ଷରୁ ଆଜି ଜନଆକ୍ରୋଶ ସମାବେଶ ଓ ବ୍ଲକ ଘେରାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜଳସେଚନ କାର୍ଯ୍ୟାଳୟ ଛକରୁ ଶତାଧିକ କର୍ମୀ ମଟର ସାଇକେଲ ର‌୍ୟାଲିରେ ଆସି ନୂଆବସଷ୍ଟାଣ୍ଡସ୍ଥିତ ସଭାସ୍ଥଳ ନିକଟରେ ପହଞ୍ôଚ ଥିଲେ । ଏଥିସହ କେନ୍ଦୁଆପଦା ରୋଡ ପେଟ୍ରୋଲ ପମ୍ପ ଛକରୁ ଶତାଧିକ କର୍ମୀ ଏକ ବିଶାଳ ମଟର ସାଇକେଲ ର‌୍ୟାଲିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ କରିବା ସହ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗ ଦେଇ ରାଜ୍ୟ ସରକାର ଲୋକ ମାନଙ୍କ ସହିତ ବିଶ୍ୱାସ ଘାତକତା କରୁଛି । ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା, ରାସନ କାର୍ଡ, ଭତ୍ତା ପାଇଁ ଗରିବ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନିଆ ଯାଉଛି । ଚିଟ୍ ଫଣ୍ଡରେ ୪୦ ଲକ୍ଷ ଲୋକଙ୍କର ଟଙ୍କାକୁ ଆତ୍ମସାତ କରାଯାଇଛି । ମନ୍ତ୍ରୀ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଚିଟ୍ ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ଅଛନ୍ତି । ୪୦ ଲକ୍ଷ ଲୋକଙ୍କୁ ଗୋଟିଏ ଟଙ୍କା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଅଙ୍ଗନୱାଡି ଖାଦ୍ୟ କମ ଦିଆଯାଉଛିା । ଏମ.ଡି.ଏମ ଚାଉଳକୁ ଚୋରି କରାଯାଉଛି । ବିନା ଟଙ୍କାରେ କୌଣସି ବିଭାଗରେ କାମ ହେଉନାହିଁ । ଏ ଦୁର୍ନିୀତିଗ୍ରସ୍ତ ସରକାରକୁ ବିଦା କରିବାକୁ ପଡିବ ବୋଲି ସେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ବିରଞ୍ôଚ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଅଭିମନ୍ୟୁ ସେଠୀ, ଜିଲା ସଭାପତି ହେମନ୍ତ କୁମାର ପାଢୀ, ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ, ଡଃ.ସୁଧାଂଶୁ ଶେଖର ନାୟକ, ପୂର୍ବତନ ସଙ୍ଗଠନ ମହାମନ୍ତ୍ରୀ ପଞ୍ଚାନନ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ନିରୁପମା ରାଉତ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଶୋକ କୁମାର ପରିଜା, ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ବରଡେଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ, ମହତାବ ମଣ୍ଡଳ ସାଧାରଣ ସଂପାଦକ ଅମୂଲ୍ୟରତ୍ନ ନନ୍ଦ, ସରପଞ୍ଚ ପ୍ରମୋଦ କୁମାର ଜେନା, ମାନସ ରଞ୍ଜନ ପହି, କମଳାକାନ୍ତ ସାହୁ, ସନ୍ତୋଷ ନାୟକ, ପଙ୍କଜିନୀ ଲେଙ୍କା, ଶଙ୍କର୍ଷଣ ଜେନା ଯୋଗ ଦେଇ ଠିକାଦାରୀ ନାମରେ କୋଟି କୋଟି ଟଙ୍କା ହଡପ କରାଯାଉଛି । ରାଜ୍ୟରେ ସ୍ଥାଣୁ ଓ ଅପାରଗ ସରକାରର ପତନ ଆସିଯାଇଛି । ଆଗାମୀ ନିର୍ବାଚନରେ ଏହି ସରକାର ସମୂଳେ ବିନାଶ ହୋଇଯିବ ବୋଲି କହିଥିଲେ । ପରେ ସଭାସ୍ଥଳରୁ ସମସ୍ତ ନେତୃତ୍ୱ ଓ କର୍ମୀ ମାନେ ଏକ ଶୋଭାଯାତ୍ରାରେ ଯାଇ ବ୍ଲକ ଘେରାଓ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୭ଟି ପ୍ରସଙ୍ଗ ଉପରେ ଏକ ଦାବୀ ପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ