ବିସ୍ଥାପିତଙ୍କୁ ଥଇଥାନ ନକରି ୪୮ବର୍ଷ ଧରି ବାସକରୁଥିବା ଲୋକଙ୍କୁ ହଟାଇବା ପାଇଁ ନୋଟିସ

ହାଟଡିହି, (ବିକାଶ ବିଶ୍ୱାଳ ) : ମସିହାରେ ଆନନ୍ଦପୁର ମେନ କେନାଲ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ଜଣେ ବ୍ୟକ୍ତି ଏକ ସରକାରୀ ଜମି ଉପରେ ବସବାସ କରିଆସୁଥିବା ସମୟରେ ଏବେ ସେମାନଙ୍କୁ ସେହି ସ୍ଥାନରୁ ହଟାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ବିଦ୍ୟାଧରପୁର ଗ୍ରାମର ଅନାଦି ଯେନାଙ୍କ କହିବାନୁଯାଇ ତାଙ୍କ ବାପାଙ୍କ ସମୟରେ ୧୯୭୫ ମସିହାରେ ବିଦ୍ୟାଧରପୁର ମେନ କେନାଲ ନିର୍ମାଣ ସମୟରେ ତାଙ୍କ ଘରବାଡି ଯାଇଥିଲା । ପରବର୍ତ୍ତୀ ସମୟରେ ପୁନର୍ବାର ତାଙ୍କର ଜମି ମଧ୍ୟ କେନାଲରେ ଚାଲିଗଲା । ସରକାର ସାଗମାଛ ଦରରେ ଜମିସବୁ ନେଇଯିବା ପରେ ତାଙ୍କର ରହିବାକୁ ଘରଦ୍ୱାର ରହିଲାନି କି ଚାଷବାଷ ପାଇଁ ଜମି ମଧ୍ୟ ରହିଲାନି । ସେମାନେ ବାଧ୍ୟହୋଇ ଗ୍ରାମରେ ଥିବା ଏକ ସରକାରୀ ଜମି ଉପରେ ଜବରଦଖଲ କରି ରହିଲେ । ସେ ଏକା ନୁହଁ ଗ୍ରାମର ୩୦ରୁ ଉର୍ଦ୍ଧ ପରିବାର ସେଠାରେ ୪୮ବର୍ଷ ହେଲା ରହି ଆସୁଛନ୍ତି । କିନ୍ତୁ ଗତ କିଛି ଦିନ ତଳେ ତହସିଲ ପକ୍ଷରୁ କେବଳ ଅନାଦି ଯେନା,ଅକ୍ଷୟ ଯେନା, ଅଭୟ ଯେନା, ନୃଷିହଂ ଯେନା ପ୍ରମୁଖଙ୍କୁ ନୋଟିସ କରାଯାଇ ଜୋରିମାନା ଆଦାୟ କରାଯିବା ସହିତ ଜବରଦଖଲ ସ୍ଥାନରୁ ହଟିବା ପାଇଁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ଅନାଦିଯେନା ଓ ତାଙ୍କ ପରିବାର ଲୋକମାନେ ତହସିଲ ପ୍ରଶାସନର ଏପରି ନିଷ୍ପତି ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଅନ୍ୟତ୍ର କୌଣସିଠାରେ ରହିବାକୁ ଯାଗା ଦିଆଯଯାଇ ତାଙ୍କୁ ଉଚ୍ଛେଦ କରାଯାଉ ତାଙ୍କର ଆପତ୍ତି ନାହିଁ ବୋଲି ସେ କହିଛନ୍ତି । ସେ ଏନେଇ ଓଡିଶାର ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ରାଜସ୍ୱ କମିସନର, ଆନନ୍ଦପୁର ୁପଜିଲ୍ଲାପାଳ ଓ ହାଟଡିହି ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇ ନ୍ୟାୟ ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ