ଗଜପତି ଜିଲ୍ଲା ବିଜେପିରେ ଯୋଗ ଦେଲେ୨ବିଜେଡି ନେତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ପ୍ରଧାନମନ୍ତ୍ରୀଙ୍କ ଗଠନ ମୂଳକ କାର୍ଯ୍ୟ ଓ ପାରଳା ବିଧାୟକ ଙ୍କ ନେତୃତ୍ଵ ରେ ଆକୃଷ୍ଟ ହୋଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୋଷାଣୀ ବ୍ଲକ୍ ର ଦୁଇ ବିଜେଡି ନେତା ବିଜେପି ରେ ସାମିଲ୍ ହୋଇଛନ୍ତି। ସେମାନେ ହେଲେ କେରାଣ୍ଡି ପଂଚାୟତ ର ପୂର୍ବତନ ସରପଂଚ ଗୌରାଙ୍ଗ ପ୍ରଧାନ ଓ ମାଛମରା ପଂଚାୟତ ର ଦିଲୀପ ପ୍ରଧାନ। ଗୌରାଙ୍ଗ ପୁର୍ବ ରୁ ସାଧାରଣ ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ ଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ବ୍ଲକ୍ ରେ ଜଣାଶୁଣା ନେତା ଥିଲେ। ତିରୁପତି ପାଣିଗ୍ରାହୀ ବିଜେଡିକୁ ସମର୍ଥନ ଦେବା ପରେ ଗତ ପଞ୍ଚାୟତ ନିର୍ବାଚନ ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଥିଲେ। କିଛି ବର୍ଷ ହେଲା ବିଜେଡି ଦଳରେ ଥିଲେ। ସେହିପରି ରାଜୁପୁର ଗ୍ରାମ ଦିଲୀପ ପ୍ରଧାନ ମାଛମରା ପଂଚାୟତ ର ଜଣେ ବିଜେଡି ନେତା ଭାବେ ଦୀର୍ଘ ଦିନ ହେଲା କାମ କରୁଥିଲେ। ଉଭୟ ଙ୍କ ଯୋଗଦାନ ଦଳ ପାଇଁ ଗୋଷାଣୀ ବ୍ଲକ୍ ରେ ଶକ୍ତି ବୃଦ୍ଧି ରେ ସାହାଯ୍ୟ ହେବ ବୋଲି ବିଧାୟକ କେ. ନାରାୟଣ ରାଓ କହିଛନ୍ତି। ମିଶିବା ବେଳେ କେରାଣ୍ଡି ର ପୂର୍ବତନ ସରପଂଚ ମହେନ୍ଦ୍ର ବରାଡ, ଓବିସି ମୋର୍ଚ୍ଚା ସଭାପତି ଜଗନ୍ନାଥ ପରିଡ଼ା, ମଣ୍ଡଳ ସଭାପତି ଶ୍ରୀଧର ନାଇଡ଼ୁ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ