ଗଜପତିରୁ ଆନ୍ଧ୍ରକୁ ଶାଗୁଆନ କାଠ ଚାଲାଣବେଳେ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ ଚୋରା କାଠ ଚାଲାଣ ବେଳେ ଜଣେ ବନ ବିଭାଗ ଚଢ଼ାଉ କରି ଜବତ କରିଥିବା ଜଣା ଯାଇଛି. ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ଚୋରା ଚାଲାଣ ହେଇଥିବ ଟ୍ରାକ୍ଟର ଜବତ କରାଯାଇଛି. ଘଟଣାରୁ ପ୍ରକାଶ, ସିଦାମଡ଼ଙ୍ଗଆନ୍ଧ୍ରକୁ ଚୋରା କାଠ ଚାଲାଣବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ୨୬ ଗୋଟି ଶାଗୁଆନ କାଠ ସହ ଟ୍ରାକ୍ଟର ଜବତ କରାଯାଇଛି. ଉକ୍ତ ଟ୍ରାକ୍ଟର ୨୬ ଗୋଟି ଶାଗୁଆନ କାଠ ଧରି ଆନ୍ଧ୍ର ଅଭିମୁଖେ ଯାଉଥିବାବେଳେ କୌଣସି ଏକ ସୂତ୍ରରୁ ପୋଲିସ ଖବର ପାଇ ବନାଞ୍ଚଳ ଅଧିକାରୀ ଏନଡି ଶର୍ମା ଏହି ଚଢ଼ାଉଟି କରିଥିଲେ. ଏହି ଚଢ଼ାଉ ବେଳେ ଶାଗୁଆନ କାଠ ସହ ଡ୍ରାଇଭରକୁ ଗିରଫ କରି କୋୖର୍ଟଚାଲାଣ କରିଥିବା ସୂଚନା ରହିଛି.