ଟାଙ୍ଗଣା ପଲ୍ଲୀ ଶାଖାର କର୍ମକର୍ତ୍ତା ନିର୍ବାଚନ ।

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବରମନ୍ଦିର ପରିସରରେ ଗଂଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ଯକାରୀ କମିଟିର ବୈଠକ ସଭାପତି କାମରାଜୁ ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଦିବଂଗତ ଶିକ୍ଷକ ନେତା ନରସିଂହ ପଣ୍ଡାଙ୍କ ଦେହାନ୍ତରେ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ଅମର ଆତ୍ମାର ସଦ୍ ଗତି କାମନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଗଂଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ତରଫରୁ ରାଜେନ୍ଦ୍ର କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ଦାଶ, ସୁବାସ ଚନ୍ଦ୍ର ମିଶ୍ର, କବିରାଜ ସାହୁ ,ଶିକ୍ଷକ ମହାସଂଘର ସଂପାଦକ ଅଶୋକ କୁମାର ଦଳାଇ ପ୍ରମୁଖ ଯୋଗଦେଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ତିନି ବର୍ଷ ପାଇଁ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବର ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କର୍ମକର୍ତ୍ତା ନିର୍ବାଚନ କରାଯାଇ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ଭାବେ ଗଙ୍ଗାଧର ନାହାକ ଓ ଅନ୍ତର୍ଯ୍ୟାମୀ ଶତପଥୀ, ସଂପାଦକ ଭାବେ ପତିତପାବନ ବିଷୋୟୀ ଓ ସହ ସଂପାଦକ ଭାବେ ନୃସିଂହ ଚରଣ ତ୍ରିପାଠୀ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।ଉପଦେଷ୍ଟା ମଣ୍ଡଳୀ ରେ ଯୁଧିଷ୍ଠିର ବିଷୋୟୀ, ଲକ୍ଷ୍ମୀ ନାରାୟଣଶତପଥୀ, ମାଧବ ବିଷୋୟୀ , କାମରାଜୁ ମହାରଣା ଓ ବିପ୍ରଚରଣ ପ୍ରଧାନ ମନୋନୀତ ହୋଇଥିଲେ ।ଟାଙ୍ଗଣାପଲ୍ଲୀ ସଂଗଠନର ସଭ୍ଯ ତଥା ବରିଷ୍ଠ ଶିକ୍ଷକ ନେତା କାମରାଜୁ ମହାରଣା ଜିଲ୍ଲା ସଂଗଠନର ସଭାପତି ଦାୟିତ୍ବ ନେଇଥିବା ପରିପ୍ରେକ୍ଷୀରେ ସଂଗଠନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିରଞ୍ଚି ନାରାୟଣ ଶତପଥୀ, କରୁଣା କର ପଣ୍ଡା, କୈବଲ୍ଯ ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ