ଗଜପତି ମୁଖ୍ୟ ଚିକିତ୍ସାଳୟର ଦାୟିତ୍ୱହୀନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ପାରଳାଖେମୁଣ୍ଡି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ରୋଗୀ ଗୁରୁତର ହୋଇପଡିଥିବା ହସ୍ତଗତ ହୋଇଛି. ଅନ୍ୟ ଗ୍ରୁପ୍‌ର ରକ୍ତ ନେଇ ଗୁରୁତର ରୋଗୀ ।ରକ୍ତ O+ ପଜିଟିଭ ରକ୍ତ ବଦଳରେ ରକ୍ତ ଦିଆଯାଇଛି B+ ପଜିଟିଭ ଗ୍ରୁପ୍‌ର ରକ୍ତ । ମିଳିଥିବା ସୂଚନା ଅନୁସାରେ ଶ୍ରୀ କ୍ରୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ର ଜଣେ କର୍ମଚାରୀ ହେଉଛନ୍ତି ଭେଙ୍କଜଟେଶ୍ବର ବେହେରା ସେ ମଳକଣ୍ଠକ ରୋଗରେ ସେ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସେ ଚିକିତ୍ସା ନିମନ୍ତେ ଗତ ତିନିଦିନ ପୂର୍ବରୁ ପାରଳଖେମୁଣ୍ଡି ସ୍ତିତ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ରକ୍ତ ହୀନତା ଦେଖିବାକୁ ମିଳିଥିଲା ଯାହାଫଳରେ ତାଙ୍କର ରକ୍ତ ନମୂନା ଅନୁଯାୟୀ ଦୁଇ ଦିନ ପୂର୍ବରୁ ତାଙ୍କୁ ଦୁଇ ୟୁନିଟ O+ରକ୍ତ ଦିଆଯାଇଥିବା ବେଳେ ଗତକାଲି ଆଉ ଗୋଟିଏ ୟୁନିଟ୍ ରକ୍ତର ଆବଶ୍ୟକ ପଡ଼ିଥିବା ସେଠାରେ O+ବଦଳରେB+ଗୃପର ରକ୍ତ ଦିଆଯାଇଥିଲା। ଯା ଫଳରେ ପୀଡ଼ିତା ଭେଙ୍କଜଟେଶ୍ବର ଦେହକୁ ପ୍ରାୟ ୧୦.ମି.ଲି. ରକ୍ତ ଜିବା ପରେ ହଠାତ୍ ଅସୁସ୍ଥ ହେବାର ଦେଖିବାକୁ ମିଳିଥିଲା ଏହା ଦେଖିତାଙ୍କ ସର୍ପର୍କିୟ ତୁରନ୍ତ କାର୍ଯ୍ୟରେ ଥିବା ନର୍ଡସ କୁ ଖବର ଦେଇଥିଲେ। ତାହା ଦେଖି ବା ମାତ୍ରେ ତାକୁ ତୁରନ୍ତ ରକ୍ତ ଦେବା ପ୍ରକ୍ରିୟା କୁ ବନ୍ଦ କରି ଥିଲେ। ସେ ସମୟରେ କାର୍ୟ୍ୟାରତ ଡାକ୍ତର ଙ୍କୁ ଖବର ଦେଇଥିଲେ ସେ ସ୍ତାନରେ ଡାକ୍ତର ପହଞ୍ଚି ଦେଖିବା ପରେ ଏହା ରକ୍ତ ନମୂନା ବଦଳିଥିବା ଯୋଗୁଁ ସ୍ତିତି ଗୁରୁତର ହୋଇଥିଲା। ଏହି ବିଷୟରେ ରୋଗୀ ଙ୍କ କତୃପକ୍ଷ କୁ ଜଣାଇଥିଲେ। ଏହା ପରେ ମେଡ଼ିସିନ ବିଶେଷଜ୍ଞ ଏବଂ ଅନ୍ୟ ଡାକ୍ତର ମାନେ ପହଞ୍ଚି ଥିଲେ। ଅପରପକ୍ଷରେ ଜିଲ୍ଲା ଚିକିତ୍ସାଧିକାରୀ ଏହାକୁ ନେଇ ଯୋଗାଯୋଗ କରିବା ବେଳେ ଭେଙ୍କଜଟେଶ୍ବର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଦେଖିବାକୁ ମିଳିଛି କିନ୍ତୁ ଏହା ବିପଦ ମୁକ୍ତ ବୋଲି କହିହେବ ନାହିଁ। ଯଦି କୌଣସି କାରଣରୁ ଗୁରୁତର ହେଲେ ଜରୁରୀ ଓ ଉଚ୍ଚ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯିବ ବୋଲି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ