ପୋଲିସ ଅବକାରୀ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାରେ ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉରେ ମୋହନା ଥାନା ଯୁବ ପଞ୍ଚାୟତ ବମ ଗାଁ ନିକଟରେ ଚଢ଼ାଉ କରି ପ୍ରାୟ 9 କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରାଯିବା ସହ ସେଗୁଡିକ ପୋଡି ପାଉଁଶ କରି ଦିଆଯାଇଛି. ସେହି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ ଓ ଅବକାରୀ ବିଭାଗ l ପ୍ରାୟ 45 ଏକର ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ବେଳେ ଏହାକୁ କାଟି ପୋଡି ନଷ୍ଟ କରାଯାଇଛି l ଗଜପତି ଜିଲ୍ଲାର ମୋହନା, ଆର.ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ବିଭିନ୍ନ ଦୁର୍ଗମ ଅଂଚଳର ଗାଁ ଗୁଡିକରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିବା ବେଳେ ପ୍ରତି ବର୍ଷ ଏହି ସମୟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି l ଗତ ଏକ ମାସ ହେଲା ଗଜପତି ଏସପି ଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ପ୍ରାୟ ମୋହନା, ଆର.ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଶହ ଶହ ଏକର ଗଞ୍ଜେଉ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ