ତାମିଲନାଡୁରେ ମୃତ ଦାଦନ ଶ୍ରମିକଙ୍କ ପରିବାରଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାରେ ଯୁବ ଦାଦନ ଶ୍ରମିକଙ୍କର ଦୁଃଖ ଦିନକୁ ଦିନ ବଡିବାରେ ଲାଗିଛି. କିଛି ମାସ ପୂର୍ବରୁ ଗୁମ୍ମା ବ୍ଲକର ଜଣେ ଦାଦନ ଶ୍ରମିକଙ୍କର ମୃତ୍ୟ ହୋଇଥିବାବେଳେ ରାୟଗଡ଼ ବ୍ଲକର ଆଉ ଜଣେ ଦାଦନ ଶ୍ରମିକଙ୍କର ମୃତ୍ୟ ହୋଇଥିଲା. ପୁଣି ଗଜପତି ଜିଲ୍ଳା ଗୁମ୍ମା ବ୍ଲକ୍ ତରଙ୍ଗଡା ପଞ୍ଚାୟତ ନୁଆ କେ.କେ.ସିଂହ ଗ୍ରାମର ୨୦ବର୍ଷ ଯୁବକ ଅମୃତ ନନ୍ଦ ବର୍ଦ୍ଧନ (ବାବୁଲା) ବର୍ଦ୍ଧନଙ୍କ କନିଷ୍ଠ ପୁତ୍ର ଫିନୋଶ ବର୍ଦ୍ଧନଙ୍କ ମୃତୁ ହୋଇଯାଇଅଛି. ମୃତ ଦାଦନଙ୍କ ପରିବାରକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ, ହରିଶ ଚନ୍ଦ୍ର ଯୋଜନା ଆଦିରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି. ପରିବାରର ଆର୍ଥିକ ସମସ୍ୟା ସକାସୁ ରାଜ୍ୟ ବାହାରକୁ ଯାଇ ତାମିଲନାଡୁର ତ୍ରିପୁର ଅଞ୍ଚଳରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରି ଆସୁଥିବାବେଳେ ହଠାତ ତାଙ୍କର ଅସୁସ୍ଥତା ହୋଇଯାଇଥିଲା.ଖବର ପାଇ ପାରିବାର ଲୋକ ତାମିଲନାଡୁ ଯାଇ ତ୍ରିଚୁରରୁ ଆନ୍ଧ୍ର ଶ୍ରୀକାକୁଲମକୁ ଚିକିତ୍ସା ନିମନ୍ତେ ଆଣିଥିଲେ ଏବଂ ଶ୍ରୀକାକୁଲମ ରାଗୁଲୁ ଜେମ୍ସ ଡାକ୍ତରଖାନାରେ ଚିକିତ୍ସା କରୁଥିବା ଅବସ୍ଥା ରେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା.ମର ଶରୀର ଆଣିବା ନିମନ୍ତେ ଏବଂ ଗରିବ ପରିବାରଙ୍କୁ ସାହାଯ୍ୟ କରିବା ନିମନ୍ତେ ମୃତ ପରିବାର ଲୋକ ଗ୍ରାମବାସୀ ଏବଂ ପଲ୍ଲବ ଲିମ୍ମା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆର୍ଥିକ ସାହାଯ୍ୟ ନିମନ୍ତେ ଏକ ଲିଖିତ ଅନୁରୋଧ କରିଥିଲା. ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡାଙ୍କ ସହିତ ଆଲୋଚନା କରି ଗୁମ୍ମା ବିଡ଼ିଓ ଶରତ ପାତ୍ରଙ୍କୁ ଫୋନ୍ ମଧ୍ୟମ ର ଦୁଃଖି ପରିବାରଙ୍କୁ Chief Minister Relief Funds ରୁ ୨୦,୦୦୦ ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନା ରୁ ୩୦୦୦ଟଙ୍କା ମୋଟ ୨୩,୦୦୦ ଟଙ୍କା ପ୍ରଦାନ କରିବାକ ନିର୍ଦେଶ ଦେଇଥିଲେ. ଗୁମ୍ମା ବିଡିଓ ଶରତ ପାତ୍ର ଦୁଃଖି ପାରିବାର ଦୁଃଖ ଶୁଣି ମାନବିକତା ଦେଖାଇ ରାତି ୧୦:୩୦ ରେ ତରଂଗଡ ସରପଞ୍ଚ, ତରଙ୍ଗଡ ପିଇଓ ୱାର୍ଡ଼ ମେମ୍ବରଙ୍କ ସହିତ ପହଞ୍ଚି ୨୩,୦୦୦ ଟଙ୍କା ମୃତ ଯୁବକଙ୍କର ବଡ ଭାଇଙ୍କୁ ପ୍ରଦାନ କରିଥିଲା. ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଗୁମ୍ମା ବଡିଓ ଶରତ ପାତ୍ରଙ୍କ ଦ୍ବାରା ରାତିଅଧେରେ ମଧ୍ୟ ପାଇପାରିଥିବାରୁ ଗ୍ରାମବାସୀ ଜିଲ୍ଲାପ୍ରଶାସନଙ୍କୁ ଧନ୍ୟବାଦ ଜ୍ଞାପ ଜଣାଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ