ବ୍ଳକ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟ ଶାସନାଧିନ ବିଜେଡି ସରକାର ଗତ ୨୩ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନିତି- ଭ୍ରଷ୍ଟାଚାର ଓ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଛି ବୋଲି ବିରୋଧୀ ବିଜେପି ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକ ଓ ମହାନଗରନିଗମ କାର୍ଯ୍ୟାଳୟ ଘେରାଉ କରିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି । ଏହି କ୍ରମରେ ହିଞ୍ଜିଳି ବିଜେପି ପକ୍ଷରୁ ଗୁରୁବାର ରାଜ୍ୟ ମୁଖିଆଙ୍କ ଗଡ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ଘେରାଉ କରିଛି । ଗୁରୁବାର ସକାଳେ ବିଜେପି ନଗର ଉପସଭାପତି ଇ. ଅନ୍ତର୍ଯ୍ୟାମୀ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଦଳୀୟ କର୍ମୀ ସ୍ଥାନୀୟ ପୌରାଞ୍ଚଳ ବଇଁଚବଣିଆ ପୂର୍ତ୍ତବିଭାଗ ଡାକବଙ୍ଗଳାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାର ବିରୋଧୀ ସ୍ଳେଗାନ ନେଇ ନଗର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନାରାବାଜି ଦେଇଥିଲେ । ପୁଲିସ ପ୍ରଶାସନ କ୍ଷରୁ ବ୍ଳକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ବନ୍ଦ କରାଯାଇଥିବାରୁ ଫାଟକ ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଥିଲା । ଆୟୋଜିତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶରତ ମିଶ୍ର, ନଗର ସଭାପତି ସନ୍ତୋଷ ପାଣିଗ୍ରାହୀ, ଘୁମୁସର ଜିଲ୍ଲା ଉପସଭାପତି ମାଧବ ଗୌଡ, ନଗର ମଣ୍ଡଳ ଉପସଭାପତି କଳାଚାନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଷେଦଗାର କରିଥିଲେ । ପ୍ରତିନିଧି ମାନଙ୍କୁ ଅଣଦେଖା କରିବା ସହ ରାଜ୍ୟରେ ଅଫିସର ରାଜ ଚଲାଇବା, ଭତ୍ତା, ପାଥଖାନା, ରାସନକାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ପ୍ରତ୍ୟେକ କ୍ଷେତ୍ରରେ ହିତାଧିକାରୀଙ୍କୁ ଲାଞ୍ଚ ମଗାଯାଉଥିବା, ଆମ ଓଡିଶା- ନବୀନ ଓଡିଶା ଯୋଜନା ନାମରେ ୩୭୦୦କୋଟି ଲୁଟ୍ ଯୋଜନା ସହ ବିଜେଡି ନେତାଙ୍କ ପରୋକ୍ଷ ଇଙ୍ଗିତରେ ବାଲି, ମୋରମ, ପଥର ମାଫିଆ ମାନେ ଦେଶର ଖଣିଜ ସମ୍ପଦ ଲୁଟ୍ କରାଯାଉଥିବା ବେଳେ ରାଜ୍ୟ ସରକାର ଜାଣିଶୁଣି ନିରବ ସାଜୁଥିବା ନେଇ ବିଜେପି ଅଭିଯୋଗ କରିଛି । ପରେ ରାଜ୍ୟ ସରକାରଙ୍କ ଦୁର୍ନିତି- ଭ୍ରଷ୍ଟାଚାର ଓ ମହିଳା ବିରୋଧୀ ହିଂସାର ପ୍ରତିବାଦ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବିଡିଓ ସୁବ୍ରତ କୁମାର ଜେନାଙ୍କ ଜରିଆରେ ପ୍ରଦାନ କରିଛି । କାର୍ଯ୍ୟକ୍ରମରେ କଞ୍ଚୁରୁ ମଣ୍ଡଳ ସଭାପତି ଏନ. କେଶବ, ଗଣ୍ଡଳା ମଣ୍ଡଳ ସଭାପତି ନାରାୟଣ ଦଳାଇ, ସିକିରି ମଣ୍ଡଳ ସଭାପତି ତ୍ରିଲୋଚନ ବରାଡ, ପିତଳ ମଣ୍ଡଳ ସଭାପତି ନୟନ ମଳିକ, ଶେରଗଡ ମଣ୍ଡଳ ସଭାପତି ସଞ୍ଜୟ ଜେନା, ଧବଳପୁର ମଣ୍ଡଳ ସଭାପତି ପ୍ରକାଶ ସାହୁ, କାଉନସିଲର ଯୁଧିଷ୍ଟିର ଦାସ, ବରିଷ୍ଠ ସଦସ୍ୟ ଗୋପାଳକୃଷ୍ଣ ପଣ୍ଡ, ଜଗନ୍ନାଥ ପାତ୍ରଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଅଶିନ ଶୃଙ୍କଳାକୁ ଆଖି ଆଗରେ ରଖି ବ୍ଳକ କାର୍ଯ୍ୟାଳୟ ପରିସରରେ ଆସିକା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ପାଟପୁର ଥାନା ଆଇଆଇସି ସବ୍ୟସାଚି ମଲ୍ଲ, ଶେରଗଡ ଥାନା ଆଇଆଇସି ବରେନ୍ଦ୍ର ଶିଅଳ ଓ ପୁଲିସ ଫୋର୍ସ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ