ପୁରୁଣା ୱାରେଣ୍ଟି କୋର୍ଟଚାଲାଣ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଗାଙ୍ଗପୁର ପୋଲିସ୍ ଏକ ପୁରୁଣା ୱାରେଣ୍ଟିକୁ ଗିରଫ କରି କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଏକ ପୁରୁଣା ମାମଲାରେ ଅଭିଯୁକ୍ତ ଥିବା ଗାଙ୍ଗପୁରର ନବ ନାଇକକୁ ଗାଙ୍ଗପୁର ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଛି I ନବ ନାଇକ ନାମରେ ସେସନ୍ ଟ୍ରାଇଲ୍ ନମ୍ବର୍ ୮୦/୨୦୧୩ ରେ ଏକ ମାମଲା ରହିଛି I